Categories: ଖେଳ

ଉରୁଗୁଏ ଦଳକୁ ଫେରିଲେ ସୁଆରେଜ, କାଭାନୀ

ମଣ୍ଟେଭିଡିଓ (ଉରୁଗୁଏ), ୨୬ା୧୦ (ଏପି)-ନଭେମ୍ବରରେ ହଙ୍ଗେରୀ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ ପାଇଁ ଷ୍ଟ୍ରାଇକର ଲୁଇସ୍‌ ସୁଆରେଜ ଏବଂ ଏଡିନ୍‌ସନ କାଭାନୀ ଉରୁଗୁଏ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଖେଳାଳି ଇଞ୍‌ୁରୀ ଥିବାରୁ ଅକ୍ଟୋବରରେ ପେରୁ ବିପକ୍ଷ ଗେମ୍‌ ଖେଳିପାରି ନ ଥିଲେ। ଚଳିତ ସପ୍ତାହରେ ଆଟଲେଟିକୋ ମାଡ୍ରିଡ ପାଇଁ ଖେଳୁଥିବାବେଳେ ଡିଫେଣ୍ଡର କୋସ୍‌ ମାରିଆଙ୍କ ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଦଳରୁ ବାଦ୍‌ ପଡ଼ିଛନ୍ତି। ଉରୁଗୁଏ ଏବଂ ହଙ୍ଗେରୀ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ନଭେମ୍ବର ୧୫ରେ ବୁଦାପେଷ୍ଟର ଫେରେଙ୍କ ପୁସ୍‌କାସ ଷ୍ଟାଡିୟମରେ ଖେଳାଯିବ। ଦେଶର ଫୁଟ୍‌ବଲ ମହାସଂଘ ନଭେମ୍ବର ୧୯ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଲାଗି ଏପର୍ଯ୍ୟନ୍ତ ବିପକ୍ଷ ଦଳ ସ୍ଥିର କରି ନାହିଁ।
ଉରୁଗୁଏ ଦଳ: ଗୋଲ କିପର- ଫର୍ନାଣ୍ଡୋ ମୁସ୍‌ଲେରା, ମାର୍ଟିନ କାମ୍ପାନା। ଡିଫେଣ୍ଡର- ଡିଏଗୋ ଗୋଡିନ୍‌, ସେବାଷ୍ଟିଆନ କୋଟ୍ସ, ଗାଷ୍ଟନ୍‌ ସିଲ୍‌ଭା, ମାର୍ଟିନ କାସେର୍ସ, ବ୍ରୁନୋ ମେଣ୍ଡେଜ, ମାଥିଆସ ସୁଆରେଜ। ମିଡ୍‌ଫିଲ୍ଡର- ମାଟିଆସ୍‌ ଭେଟିନୋ, ନାହିଟାନ ନାଣ୍ଡେଜ୍‌, ଫେଡରିକୋ ଭାଲ୍‌ଭେର୍ଡୋ, ରୋଡ୍ରିଗୋ ବେନଟାନକର, ବ୍ରାଏନ ଲୋଜାନୋ, ଲୁକାସ ଟୋରିରା, ଜିଓର୍ଜିଆନ ଡି’ ଆରୋସାକେଟୋ, ଗାଷ୍ଟନ ପେରିରୋ ଡିଏଗୋ ଲାଖାଲ୍‌ଟ। ଷ୍ଟ୍ରାଇକର- ଲୁଇସ୍‌ ସୁଆରେଜ, ଏଡିନସନ କାଭାନୀ, ଖ୍ରଷ୍ଟିଆନ ଷ୍ଟୁଆନି, ଜୋନାଥନ ରୋଡ୍ରିଗୁଏଜ୍‌, ଡାରଓ୍ବିନ ନନେଜ୍‌, ବ୍ରାଏନ୍‌ ରୋଡ୍ରିଗୁଏଜ୍‌, ମାସ୍କିମିଲାନୋ ଗୋମେଜ।

Share