Categories: ଖେଳ

ଉର୍ବଶୀଙ୍କୁ ହ୍ବାଟସଆପ୍‌ରେ ବ୍ଲକ କଲେ ପନ୍ତ

ନୂଆଦିଲ୍ଲୀ,୧୧।୧- ଭାରତୀୟ କ୍ରିକେଟ ଦଳର ସଦସ୍ୟ ରିଷଭ ପନ୍ତ ଚଳିତବର୍ଷ ନିଜ ଗର୍ଲଫ୍ରେଣ୍ଡର ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏହା ତାଙ୍କ ରିଲେଶନଶିପକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାରେ ବ୍ରେକ ଲଗାଇଛି। ପୂର୍ବରୁ ପନ୍ତଙ୍କ ସହ ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାମ ଯୋଡ଼ା ଯାଇଥିଲା। କିନ୍ତୁ ଏବେ ମିଳିଥିବା ଖବର ଅନୁଯାୟୀ, ଉର୍ବଶୀଙ୍କୁ ପନ୍ତ ହ୍ବାଟ୍‌ସଆପ୍‌ରେ ବ୍ଲକ କରି ଦେଇଛନ୍ତି। ବଲିଉଡ ସୂତ୍ରରୁ ଉକ୍ତ ଖବରକୁ ଖଣ୍ଡନ କରାଯାଇଛି। କିନ୍ତୁ ଅଭିନେତ୍ରୀ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ମନ୍ତବ୍ୟ ଦେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ, ପନ୍ତଙ୍କ ପୂର୍ବରୁ ଉର୍ବଶୀଙ୍କ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିିକ ପାଣ୍ଡ୍ୟାଙ୍କ ସହ ରିଲେଶନ ଥିଲା। ମାତ୍ର ଦୁହିଁଙ୍କ ମଧ୍ୟରୁ କେହି ଏଥିରେ ମୋହର ମାରି ନ ଥିଲେ। ହାର୍ଦ୍ଦିକ ଏବଂ ଅଭିନେତ୍ରୀ ନତାଶା ଷ୍ଟାନକୋବିକଙ୍କ ମଧ୍ୟରେ ନିର୍ବନ୍ଧ ସରିଯାଇଛି।

Share