ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

 

ପର୍ଲା, ୨୪।୧୨ (ଡି.ଏନ୍‌.ଏ.)-
ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀକଁର ନିରଦେଶରେ ଡା.ଲଲିତ ବେହେରାକଁର ଦେଖ୍‌ରେଖରେ ଗୁଟେ ଡାକ୍‌ତରୀ ଦଲ ଉର୍ବଶୀକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲ ଉର୍ବଶୀକଁର ପରୀକ୍ଷା ନିରୀକ୍ଷା କରବାର ସଂଗେ ଉଚ ଚିକିଛାର ବେବସ୍‌ତା କରାଯିବା ବଲି କଥା ଦେଇଥିବାର ଜନାଯାଇଛେ।
ପୂର୍ବର ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଜୟନ୍ତପୁର ପଁଚେତ ଅଧୀନ ରଇନଗୁଡ଼ା ଗଁାର ସୁନ୍ଦର ମାଝିକଁର ମାଏକିନା ଉର୍ବଶୀ(୫୪)। ସେ ଆଏଜ୍‌କେ ୪ମାସ ହେଲା କେହେନ୍‌ସି ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ପରିବାର ଲୋକ୍‌ ଜମିବାଡ଼ି, ଘରଡ଼ିହ ବଁଧକ୍‌ ପକେଇ ଆସର ପାସର ଡାକ୍‌ତରଖାନାରେ ଉର୍ବଶୀକଁର ଚିକିଛା କରେଇ ନିରାଶ ହେଇଛନ୍‌। ଅଁଧ ବିସୁଆସରେ ପରିବାର ଲୋକ୍‌ ଗୁଣିଗାରେଡି, ଫୁକାଝରା, ବଇଦ୍‌ ଡକେଇ ଝିଁକ୍‌ ବି ଦେଇ ସାରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଉର୍ବଶୀକୁଁ ଚଉ ଚିକିଛା ଲାଗି କଟକ ନେଲେ ସେ ଭଲ ହେଇପାରବେ। ହେଲେ ପରିବାରଟା ନିହାତି ଗରିବ୍‌, ଉର୍ବଶୀକୁଁ ଚିକିଛା ଲାଗି କଟକ ନେବାର ସେମାନେ ସପନ୍‌ରେ ବି ଭାବି ନାଇଁପାରବାର। ଇଆଡ଼େ ଉର୍ବଶୀ କାଠ୍‌ ଲେଖେଁ ଖଟେ ପଡ଼ି ରହିଛନ୍‌ ହଲ୍‌ଚଲ ହେଇ ନାଇଁପାରବାର। ଖାଲି କଥା ଦୁଇପଦ୍‌ କହିପାରୁଛନ୍‌। ଖଟେ ଗଧାମଖା, ଖାନାପିନା, ଝାଡ଼ାଝପଟ କରୁଛନ୍‌। ଇଆଡ଼େ ଉର୍ବଶୀ ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ ବଲି ସବୁବେଲେ ଯାହାକେ ଦେଖ୍‌ଲେ ଗୁହାରି କରୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ସୁନ୍ଦର ମାଝି ତାକର ଦୁଖ୍‌ ଦୁରଦଶା ବାବ୍‌ଦେ ଥାନୀଅ ଧରିତ୍ରୀ ପରତିନିଧିକୁଁ କହିଥିଲେ। ସେ ହିସାବେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବହାରିଥିଲା। ଖବର ବାହାରଲାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଡା. ଲଲିତ ବେହେରାକଁର ଦେଖ୍‌ରେଖରେ ଫାର୍ମାସିଷ୍ଟ ପ୍ରକାଶ ସାହୁକଁର ସଂଗେ ଉନିଆ କରମ୍‌କରତା ଉର୍ବଶୀକଁର ଘରେ ପୁହୁଁଚିଥିଲେ। ସେଠାନେ ଉର୍ବଶୀକଁର କିଛି ପରୀକ୍ଷା ନିରୀକ୍ଷା କରବାର ସଂଗେ ଉଚ ଚିକିଛା ଲାଗି କଟକ ନେବାର ବେବସ୍‌ତା କରାଯିବା ବଲି ଡା.ବେହେରା ସୂଚନା ଦେଇଛନ୍‌।

Share