ନୂଆଦିଲ୍ଲୀ: ନିଜର ସୁନ୍ଦରତାକୁ ନେଇ ବହୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ଲକ୍ଡାଉନ୍ରେ ମଧ୍ୟ ସେ ତାଙ୍କ ଫ୍ୟାନମାନଙ୍କ ମନକୁ ଜମା ନିରାଶ କରୁ ନାହାନ୍ତି। କିଛି ଦିନ ହେଲା ଉର୍ବଶୀ ନିଜର ବହୁତ ଗୁଡ଼ିଏ ସୁନ୍ଦର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନିକଟରେ ଆଉ ଥରେ ସେ ତାଙ୍କର କିଛି ଥ୍ରୋ ବ୍ୟାକ୍ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ଗୁଡ଼ିକ ଏବେ ଭାଇରାଲ ହେବାରେ ଲାଗିଛି। ଉର୍ବଶୀ ୨୦୧୫ ମସିହାରେ ମିସ୍ ୟୁନିଭର୍ସ କଣ୍ଟେଷ୍ଟରେ ଭାଗ ନେଇଥିଲେ। ଭାରତ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହି ସମୟର ବିତାଇଥିବା ବିକ୍ନୀ ଫଟୋ ଗୁଡ଼ିକ ଏବେ ଶେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।