ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ

ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ ଆକାଉଣ୍ଟରେ ଅଶ୍ଳୀଳ ପୋଷ୍ଟ ଓ କମେଣ୍ଟ କରୁଥିବା ଜଣାପଡ଼ିଛି। ଏନେଇ ପୁଣେର ବିଶ୍ରାମ ବାଗ ଥାନାରେ ୫୭ ବର୍ଷୀୟ ଧନଞ୍ଜୟ କୁଦତାରକରଙ୍କ ବିରୋଧରେ ଆଇପିସି ଧାରା ୩୫୪(ଏ) ୧(୪) ଓ ଆଇଟି ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୋଲିସ ଧନଞ୍ଜୟଙ୍କୁ ଗିରଫ କରି ନ ଥିବା ବେଳେ ତଦନ୍ତ ଜାରି ରଖିଛି।

Share