ଉଲେନ୍‌ କପଡ଼ାର ଯତ୍ନ

ଶୀତଦିନେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର ନା କେବଳ ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ବି ଦେଇଥାଏ। ତେବେ ଏହି ଉଲେନ୍‌ କପଡ଼ାଗୁଡ଼ିକ ଅପେକ୍ଷାକୃତ ନରମ ଓ ଦାମୀ ହୋଇଥିବାରୁ ଏହାର ବିଶେଷ ଯତ୍ନନେବା ଆବଶ୍ୟକ …

ପ୍ରଥମ କଥା ହେଉଛି ଉଲେନ୍‌ ବସ୍ତ୍ର ପିନ୍ଧିବା ପରେ ତାକୁ ଠିକ୍‌ ସମୟରେ ସଫା କରିବା। ଏଥିପାଇଁ ସେଥିରେ ଦିଆଯାଇଥିବା ନିର୍ଦ୍ଦେଶକୁ ପଢ଼ନ୍ତୁ। ନଚେତ୍‌ ଡ୍ରାଏ କ୍ଲିନ୍‌ ହେଉଥିବା କପଡ଼ା ଭୁଲରେ ଘରେ ଧୋଇବା ଯୋଗୁ ନଷ୍ଟ ହୋଇଯାଇପାରେ।
ଏହାକୁ ଧୋଇବା ଲାଗି ପାଉଡର ପରିବର୍ତ୍ତେ ଲିକ୍ୱିଡ୍‌ ଡିଟରଜେଣ୍ଟ ବ୍ୟବହାର କରନ୍ତୁ।
ଯେଉଁ ଉଲେନ୍‌ କପଡ଼ାକୁ ଘରେ ଧୋଉଛନ୍ତି ତାକୁ ଜୋରରେ ନ ଚିପୁଡ଼ି ସେହିପରି ଶୁଖାଇ ଦିଅନ୍ତୁ ସେଥିରୁ ଧୀରେ ଧୀରେ ପାଣି ବାହାରିଯିବ।
ମନେରଖନ୍ତୁ ଉଲେନ୍‌ କପଡ଼ାରେ ପର୍‌ଫ୍ୟୁମ୍‌ ପକାଇବା ଦ୍ୱାରା ସେଥିରେ ପୋକ ଲାଗିବାର ଆଶଙ୍କା ବେଶି। ତା’ଛଡା ମଝିରେ ମଝିରେ ସବୁ ଶୀତବସ୍ତ୍ର, ଶାଲ୍‌, ବ୍ଲାଙ୍କେଟ୍‌ ଆଦିକୁ ଖରାରେ ଶୁଖାନ୍ତୁ। ଏପରି କରିବା ଦ୍ୱାରା ସେଥିରେ ପୋକ ଲାଗି ନ ଥାଏ।
ଉଲେନ୍‌ ବସ୍ତ୍ର ଷ୍ଟ୍ରେଚେବଲ୍‌ ହୋଇଥିବାରୁ ଏହାକୁ ଟାଙ୍ଗି ରଖିବା ଦ୍ୱାରା ଲମ୍ବା ହୋଇଯିବାର ସମ୍ଭାବନା ରହିଛି। ତେଣୁ ଏହାକୁ ଟାଙ୍ଗିବା ପରିବର୍ତ୍ତେ ଭାଙ୍ଗି ରଖନ୍ତୁ।