ବନ୍ତ,୩୦।୪(ଡି.ଏନ୍.ଏ.): କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବୁଧବାର ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଆଇନ ଉଲ୍ଲଂଘନକାରୀ ମାନେ ୬ ହଜାର ୪ ଶହ ଟଙ୍କା ଜରିମାନା ଗଣିଥିବା ଜଣାଯାଇଛି। ସେଥିମଧ୍ୟରୁ ମୋଟରଯାନ ଆଇନରେ ୪ ହଜାର, ରେଡ୍କ୍ରସ୍ ପାଣ୍ଠି ବାବଦରେ ୨ ହଜାର ଓ ମାକ୍ସ ବ୍ୟବହାର କରି ନ ଥିବା ବ୍ୟକ୍ତିଙ୍କ ଠାରୁ ୪ ଶହ ଟଙ୍କା ଆଦାୟ ହୋଇଛି।