Categories: ବାଣିଜ୍ୟ

ଉଲ୍ଲେଖନୀୟ ପ୍ରଦର୍ଶନ ଧାରା ଜାରି ରଖିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୬-୧ : ୭୧ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବତଟ ରେଳପଥ ପରିବାର ଏବଂ ଅଂଶୀଦାରଙ୍କୁ ଅଭିନନ୍ଦନ। ଏଭଳି ଏକ ପବିତ୍ର ଦିବସରେ ଭାରତର ପ୍ରଗତିକୁ ଆଗେଇ ନେବା ଲାଗି ଆମର ଉଦ୍ୟମକୁ ନିରବଛିନ୍ନ ଭାବେ ଚଳାଇ ରଖିବା ନିମନ୍ତେ ଆସନ୍ତୁ ସଂକଳ୍ପ ନେବା। ଭାରତୀୟ ରେଳପଥର ରାଜସ୍ବ ଆୟକୁ ପୂର୍ବତଟ ରେଳପଥ ଏକ ବୃହତ୍ତ ଦାନ ରଖିଥିବାରୁ ଏହାକୁ ନେଇ ଗୌରବାନ୍ବିତ ମନେ କରୁଛି। ମୁଁ ନିଶ୍ଚିତ ଯେ, ଆମର ସମୟ ଏବଂ ଶକ୍ତିକୁ ସାମୂହିକ ଉପଯୋଗ କରି ଆମେ ପୂର୍ବତଟ ରେଳପଥକୁ ସଫଳତା ଏବଂ ଶ୍ରେଷ୍ଠତାର ଏକ ଉଚ୍ଚତମ ସୋପାନକୁ ନେଇପାରିବା। ଆମର ସଫଳ ପ୍ରଦର୍ଶନ ସବୁ ବେଳେ ଗୌରବର ବିଷୟ ହୋଇ ରହିବ। ଚଳିତ ଆର୍ଥତ୍କ ବର୍ଷ ପୂର୍ବତଟ ରେଳପଥ ୧୪୬.୧୩ ନିୟୁତ ପଣ୍ୟ ପରିବହନ କରିଛି। ଏହାର ପୂର୍ବ ଆର୍ଥତ୍କ ବର୍ଷ ଅପେକ୍ଷା ଏହା ୪ ଭାଗ ଅଧିକ। ସେହିଭଳି ୭୫.୩୫ ନିୟୁତ ଯାତ୍ରୀ ପରିବହନ କରିବାକୁ ଏହା ସକ୍ଷମ ହୋଇଛି। ଯାହା ପୂର୍ବ ତୁଳନାରେ ଢେର ଅଧିକ।
ପୂର୍ବତଟ ରେଳପଥର ଆୟ ୧୨,୭୭୫.୯୫ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ଅପେକ୍ଷା ଶତକଡା ୧୦ ଭାଗ ଅଧିକ। ପରିଚାଳନାଗତ ଅନୁପାତ ଶତକଡା ୬୨.୩୯ ଭାଗ ଯାହା ଭାରତୀୟ ରେଳପଥର ସମସ୍ତ ଜୋନଠାରୁ ସର୍ବାଧିକ। ଏହା ଲାଭ ପ୍ରଦର୍ଶନର ପ୍ରଧାନ ସୂଚକ। ଫନି ଓ ବୁଲ୍‌ବୁଲ୍‌ ଦ୍ୱାରା ପ୍ରବଳ ଧ୍ୱସ୍ତ ବିଧ୍ୱସ୍ତ ହେବା ସତ୍ତ୍ୱେ ପୂର୍ବତଟ ରେଳପଥ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ମୁଁ ଗର୍ବିିତ। ଏଭଳି ପ୍ରଦର୍ଶନ ନିମନ୍ତେ ଆମର ଅଧିକାରୀ କର୍ମଚାରୀ, ରେଳ ପରିବାରର ସଦସ୍ୟମାନେ ପ୍ରଶଂସା ପାଇବା ଲାଗି ଯୋଗ୍ୟ। ୨୦୨ ନିୟୁତ ଟନ ପଣ୍ୟ ବୋଝେଇ ଲାଗି ଆମର ଲକ୍ଷ୍ୟ। ପଣ୍ୟ ପରିବହନ କ୍ଷେତ୍ରରେ ୨୦୦ ନିୟୁତ ଟନ୍‌ର ବନ୍ଧନକୁ ଭାଙ୍ଗି ଆମେ ଇତିହାସ ସୃଷ୍ଟି କରିବା। ମୁଁ ପ୍ରତ୍ୟେକଙ୍କୁ ଉତ୍ସାହିତ କରୁଛି ଯେ, ଏହି ଲକ୍ଷ୍ୟ ହାସଲ ନିମନ୍ତେ ସଂକଳ୍ପବଦ୍ଧ ହୁଅନ୍ତୁ। ଏହି ପବିତ୍ର ଦିବସ ଅବସରରେ ମୁଁ ଆପଣ ଓ ଆପଣଙ୍କ ପରିବାରବର୍ଗଙ୍କ ସହ ମୋର ଖୁସି ବାଣ୍ଟି ଆନନ୍ଦିତ ହେଉଛି।
-ବିଦ୍ୟା ଭୂଷଣ
ମହାପ୍ରବନ୍ଧକ ପୂର୍ବତଟ ରେଳପଥ

Share