ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ୭୩ତମ ସ୍ବାଧୀନତା ଦିବସ ଅବସରରେ ପଦକ ପ୍ରଦାନ କରାଯାଇଛି। ଗୁରୁବାର ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ପଦକ ପ୍ରଦାନ କରିଛନ୍ତି।
ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ, ପୋଲିସ ବିଭାଗ ଏବଂ କାରାଗାର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ କୁମାର ଜେନାଙ୍କୁ ଏସ୍‌ଟିଏଫ୍‌ ନୋଟିସ ଯୋଗୁ ପୋଲିସ ପଦକ ହରାଇବାକୁ ପଡ଼ିଥିବା ଜଣାପଡ଼ିଛି।