Advertisement
Categories: ଫୁରସତ

ଉଲ୍‌ରେ ତିଆରି ପ୍ରକୃତିର ଛବି

ଏମ୍ବ୍ରୋଡରି ଏକ ବହୁ ପୁରାତନ କଳା। ଏଥିରେ କାରିଗର ଭିନ୍ନ ଭିନ୍ନ କଳାକୃତି ତିଆରି କରନ୍ତି। ନିକଟରେ ଜଣେ ମହିଳା ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଏମ୍ବ୍ରୋଡରିରେ ତିଆରି କରିଛନ୍ତି। ଆଉ ତାହା ଏତେ ନିଖୁଣ ଓ ଅବିକଳ ହୋଇଛି ଯେ, ସମ୍ପୂର୍ଣ୍ଣ ବାସ୍ତବ ପରି ଲାଗେ। ସେ ହେଉଛନ୍ତି କାରୋଲିନା ଟୋର୍‌ସ। ଅସ୍ତମିତ ସୂର୍ଯ୍ୟର ଆକାଶ, ଢେଉ ଖେଳୁଥିବା ସମୁଦ୍ର, ମେଘଭରା ଆକାଶ, ରଙ୍ଗିନ ଫୁଲଭରା ବଗିଚା, ଗଛ, ଘର ଆଦିକୁ ସେ ବେଶ୍‌ ନିଖୁଣଭାବେ କରନ୍ତି। ଏବେ ତାଙ୍କର ଏହି ଏମ୍ବ୍ରୋଡରି ପେଣ୍ଟିଂର ଚାହିଦା ଅନ୍‌ଲାଇନ୍‌ରେ ବହୁତ ରହିଛି। ଆଉ ବହୁତ ଅର୍ଡର ତାଙ୍କ ପାଖକୁ ଆସୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share