ଉଷୁମପାଣି ଓ ଉଜ୍ଜ୍ୱଳ ତ୍ୱଚା

ଦୈନିକ ଦୁଇରୁ ତିନି ଗ୍ଲାସ୍‌ ଉଷୁମପାଣି ପିଇଲେ ତ୍ୱଚାର ଜଳୀୟାଂଶ ଠିକ୍‌ ରହିଥାଏ। ଫଳରେ ତ୍ୱଚା ରୁକ୍ଷ ଲାଗି ନ ଲାଗି ଚିକ୍କଣ ଏବଂ ଉଜ୍ଜ୍ୱଳ ଲାଗିଥାଏ। ଉଷୁମପାଣିରେ ଅଳ୍ପ ଲେମ୍ବୁରସ କିମ୍ବା ମହୁ ମିଶାଇ ପିଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ।
ବର୍ତ୍ତମାନ ଅନେକଙ୍କଠାରେ ବ୍ରଣ ସମସ୍ୟା ଦେଖାଯାଉଛି। ଯଦି ପ୍ରତିଦିନ ସକାଳେ ଖାଲିପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ ପାଣି ପିଇବେ ତେବେ ଏହି ସମସ୍ୟା ଦୂରହେବ।
ବର୍ତ୍ତମାନ ଅନେକଙ୍କଠାରେ ଅଳ୍ପ ବୟସରୁ ଏଜ୍‌ ଲାଇନ୍‌ ବା ରିଙ୍କଲ ମାର୍କ ଦେଖିବାକୁ ମିଳୁଛି। ଏହାକୁ ଦୂରକରିବାରେ ଦୈନିକ ୩ ଥର ଉଷୁମପାଣି ପିଇବା ବେଶ୍‌ ସହାୟକ। କାରଣ ଉଷୁମପାଣି ଶରୀର ଭିତରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ଏଜ୍‌ ଲାଇନ୍‌ ଦୂରକରିଥାଏ।
ଯେଉଁମାନଙ୍କଠାରେ ସ୍କିନ୍‌ ଇନ୍‌ଫେକ୍ସନ୍‌ ସମସ୍ୟା ରହିଛି, ସେମାନଙ୍କ ଲାଗି ଉଷୁମପାଣି ସବୁଠୁ ଉପକାରୀ। ଏହା ରକ୍ତ ସଫା କରିବା ସହ ତ୍ୱଚାରୁ ଇନ୍‌ଫେକ୍ସନ ସମସ୍ୟା ଦୂରକରି ସଫା ରଖିଥାଏ।
କେଶର ସୁରକ୍ଷା ଲାଗି ମଧ୍ୟ ଉଷୁମପାଣି ପିଇବା ଉପକାରୀ। ଏହାଦ୍ୱାରା କେଶ ନରମ ଏବଂ ଚିକ୍କଣ ରହିଥାଏ। ଏହା ରୂପି ସମସ୍ୟା ଦୂରକରିବା ସହ କେଶକୁ ମଜଭୁତ ରଖିବାରେ ବି ସାହାଯ୍ୟ କରିଥାଏ।
ଏହା ମେଦ ହ୍ରାସକରି ଆପଣଙ୍କ ଫିଗର ସୁନ୍ଦର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।