Advertisement

ଉହାନକୁ ଫେରିଲା କରୋନା !

ବେଜିଂ,୧୨।୫: ଚାଇନାରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତା ବଢାଇଛି। ରୁଷ ସମୀପରେ ଅବସ୍ଥିତ ଶୁଲାନ ସହରରେ କରୋନା ପଜିଟିଭ ମିଳିବା ପରେ ଏହି ସହରକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏବେ କିନ୍ତୁ ଗ୍ରାଉଣ୍ଡ ଜିରୋ ଉହାନରେ ପ୍ରାୟ ୩୦ ଦିନ ପରେ କରୋନା ପଜିଟିଭ ଚିହ୍ନଟ ହେବା ସରକାରଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି। ଉହାନରେ ପ୍ରାୟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶାସକ କମ୍ୟୁନିଷ୍ଟ ପାର୍ଟି ସ୍ଥାନୀୟ ଜଣେ ଅଧିକାରୀଙ୍କ ସମେତ କେତେଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ଦେଖାଯାଇଛି ସେହି ଅଞ୍ଚଳ ଓ ତା’ର ଆଖପାଖର ପ୍ରାୟ ୫ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯିବ ବୋଲି ସରକାର କହିଛନ୍ତି। ଚାଇନାରେ ପ୍ରଥମେ ୨୦୧୯, ଡିସେମ୍ବର ଶେଷ ବେଳକୁ କରୋନା ଭାଇରସ ଦେଖା ଦେଇଥିବା ବେଳେ ଏହା ଉହାନ ସହରରେ ତାଣ୍ଡବ ରଚିଥିଲା। ଏହାପରେ ଏହି ସହରକୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଲକ୍‌ଡାଉନରେ ରଖାଯାଇଥିଲା। ତେଣୁ ପାଖାପାଖି ଏକ ମାସ ହେବ ଏଠାରେ ଲକ୍‌ଡାଉନ ଖୋଲିଥିବା ବେଳେ ପୁଣିଥରେ କରୋନା ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share