ଉହାନରେ ପୁଣିଥରେ କାମ ଆରମ୍ଭ କରିବାକୁ ଅନୁମତି ଦେଲେ ସରକାର

ବେଜିଂ,୧୧।୩: କରୋନା ଭାଇରସ ଯୋଗୁ ଚାଇନାର ଉହାନ ସହର ବିଶେଷ ପ୍ରଭାବିତ ହୋଇଥିବା ବେଳେ ଏହାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିବାରୁ ପୁଣିଥରେ ଏଠାରେ ଥିବା କମ୍ପାନୀ ଗୁଡିକ କାମ ଆରମ୍ଭ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଶେଷ ବେଳକୁ ଚାଇନାରେ ପାଦ ରଖିଥିବା କରୋନା ଭାଇରସ ଉହାନରେ ସର୍ବାଧିକ ଲୋକଙ୍କୁ ତା’ କବଳକୁ ନେଇଯାଇଥିଲା। ଉକ୍ତ ସହର ଏକ ପ୍ରକାର ଜନଶୂନ୍ୟ ହୋଇଯାଇଥିଲା। ଏବେସୁଦ୍ଧା ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୮୦ ହଜାର ଉପରେ ଥିବା ବେଳେ ମୃତକଙ୍କ ସଂଖ୍ୟା ୩ ହଜାର ପାର କରି ସାରିଛି।

Share