ଉହାନ୍‌ ହସ୍ପିଟାଲ କରୋନା ମୁକ୍ତ

ବେଜିଂ,୨୭ା୪: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ୍‌ ସହର ରବିବାର କରୋନା ମୁକ୍ତ ହୋଇଛି। କରୋନା ସଂକ୍ରମିତ କୌଣସି ହସ୍ପିଟାଲରେ ଚିକିତ୍ସିତ ହେଉ ନ ଥିବା ଜଣାପଡ଼ିଛି। କରୋନାର ପ୍ରକୋପ ବଢ଼ିବା ପରେ ଏଠାରେ ୭୬ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ପରେ ଏପ୍ରିଲ ୮ରେ ଏହାକୁ ଉଠାଇ ଦିଆଯାଇଥିଲା। ଉହାନ୍‌ରେ ଚିକିତ୍ସିତ ହେଉଥିବା ଶେଷ ରୋଗୀ ଶୁକ୍ରବାର ସୁସ୍ଥହୋଇ ଘରକୁ ଫେରିଥିବା ଜିନ୍‌ହୁଆ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି। ଏଥିସହ ଗତ ଶନିବାର ହୁବେଇ ପ୍ରଦେଶରେ କୌଣସି ନୂଆ ରୋଗୀ ଚିହ୍ନଟ ହୋଇ ନ ଥିବା ଓ କାହାର ମୃତ୍ୟୁ ଘଟି ନ ଥିବା ସ୍ବାସ୍ଥ୍ୟ କମିଶନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଥାଉ କି, ଉହାନ୍‌ର ୫୦,୩୩୩ ସଂକ୍ରମିତଙ୍କୁ ମିଶାଇ ହୁବେଇ ପ୍ରଦେଶରେ ମୋଟ ୬୮,୧୨୮ କରୋନା ଆକ୍ରାନ୍ତ ଥିଲେ। ଉହାନ୍‌ରେ କେବଳ ୩,୮୬୯ ଜଣଙ୍କ ମୃତ୍ୟୁ ଘଟିଛି।

Share