Categories: ଜାତୀୟ

ଋଣ ବୋଝ: ୪ ବର୍ଷରେ ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଛନ୍ତି ୧୨ ହଜାର ଚାଷୀ

ମୁମ୍ବାଇ,୨୨।୬: ଋଣ ବୋଝ ସହି ନ ପାରି ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଗତ ୪ ବର୍ଷରେ ରାଜ୍ୟରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏନେଇ ମନ୍ତ୍ରୀ ସୁଭାଷ ଦେଶମୁଖ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୧୫ରୁ ୨୦୧୯ର ବର୍ତ୍ତମାନ ସୁଦ୍ଧା ୧୨ ହଜାର ୨୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ସେ ସୂଚିତ କରିଛନ୍ତି। ରାଜ୍ୟରେ ଘଟିଥିବା ଚାଷୀ ଆତ୍ମହତ୍ୟା ଘଟଣାରେ ୫୭ ପ୍ରତିଶତ କ୍ଷତିପୂରଣ ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି। ମୋଟ ୬ ହଜାର ୮ଶହ ୮୮ ଯୋଗ୍ୟ ଘଟଣା ମଧ୍ୟରୁ ୬ ହଜାର ୮ ଶହ ୪୫ ଜଣ ଉତ୍ତାଧିକାରୀଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୬ ଶହ ୧୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଦେଶମୁଖ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ଶହେ ୯୨ ଜଣ କ୍ଷତିପୂରଣ ପାଇଁ ଯୋଗ୍ୟ ଥିବା ସେ କହିଛନ୍ତି। ରାଜ୍ୟରେ ଗତ ୪ ବର୍ଷ ମଧ୍ୟରେ ୩ ଥର ମରୁଡ଼ି ପଡ଼ିବାରୁ ଚାଷୀମାନେ ଋଣବୋଝରେ ଆତ୍ମହତ୍ୟା କରିଥିବା ସେ କହିଛନ୍ତି।

Share