ଭୋପାଳ,୨୫।୫: ଋଣ ଭାର ସହି ନ ପାରି ଜହର ମିଶା କୋଲ୍ଡ ଡ୍ରିଙ୍କସ୍ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ ରଓ୍ବୋ ଜିଲା ଘୁମା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଶୋକ ପ୍ରଜାପତି ନାମକ ଜଣେ ବ୍ୟକ୍ତି ଋଣ ସୁଝି ନ ପାରି କୋଲ୍ଡ ଟ୍ରିଙ୍କସ୍ରେ ଜହର ମିଶାଇ ଏହାକୁ ତାଙ୍କ ସ୍ତ୍ରୀ ଏବଂ ଝିଅ ତଥା ୨ ପୁଅଙ୍କୁ ପିଇବାକୁ ଦେଇଥିଲେ। ବିଷ ଜ୍ୱାଳାରେ ଅଶୋକ ଏବଂ ତାଙ୍କ ସ୍ତ୍ରୀ ତଥା ୧୪ ବର୍ଷ ପୁଅର ମୃତ୍ୟୁ ଘଟିଥିବାବେଳେ ଝିଅ ଅନୀତା ଏବଂ ସାନ ପୁଅ ସନ୍ଦୀପ୍ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।