ନୂଆଦିଲ୍ଲୀ,୧୮।୬: ମିଆଦୀ ଋଣ ଉପରେ ସରକାର ପ୍ରଦାନ କରିଥିବା ମୋରାଟୋରିୟମ ସୁବିଧାକୁ ତର୍ଜମା କରିବା ଲାଗି ବୁଧବାର ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି କ୍ଷେତ୍ର ସମେତ ଅନ୍ୟ କ୍ଷେତ୍ରଗୁଡିକ ଲାଗି ବିଭିନ୍ନ ଯୋଜନା ଡିଜାଇନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଲୋକମାନେ ସୁବିଧାର ଲାଭ ଯେଭଳି ଠିକ୍ ଭାବେ ପାଇବେ ତାହା କେନ୍ଦ୍ର ସରକାର ଦେଖିବାର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଶୁଣାଣିରେ କହିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଷାନ କୌଲ ଏବଂ ଜଷ୍ଟିସ ଏମ୍.ଆର୍. ଶାହା ରହିଛନ୍ତି। ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ପହିଲାରେ ହେବ ବୋଲି ଜଣାପଡିଛି।