Advertisement
Categories: ବାଣିଜ୍ୟ

ଋଣ ସମାଧାନ:ଆର୍‌ବିଆଇ ଦେଇପାରେ ଅତିରିକ୍ତ ୬୦ଦିନର ସମୟ

ମୁମ୍ବାଇ,୨୬-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅସୁଲ ହେଉ ନ ଥିବା ଋଣ(ଏନ୍‌ପିଏ) ମାମଲାର ସମାଧାନ ଲାଗି ନିୟମରେ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି। ସଂଶୋଧିତ ନିୟମରେ ବକେୟା ଋଣ ଫେରସ୍ତ ଦେବାକୁ ଆର୍‌ବିଆଇ ଅତିରିକ୍ତ ୬୦ ଦିନ ସମୟ ଦେଇପାରେ। ଏହାଦ୍ୱାରା ସଚ୍ଚୋଟ ଋଣଗ୍ରହୀତାଙ୍କ କଷ୍ଟ ଅନେକାଂଶରେ ଲାଘବ ହୋଇଯିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୁପ୍ରିମକୋର୍ଟ ଆର୍‌ବିଆଇର ଫେବୃୟାରୀ ୧୨ ସର୍କୁଲାରକୁ ରଦ୍ଦ କରିଦେବା ପରେ କେନ୍ଦ୍ରୀୟ ବ୍ୟାଙ୍କ ସଂଶୋଧିତ ସର୍କୁଲାର ଜାରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନ୍‌ପିଏର ନୂଆ ରୂପରେଖ ଅଧୀନରେ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ବର୍ତ୍ତମାନ ଏନ୍‌ପିଏ ସମାଧାନ ଲାଗି ଆର୍‌ବିଆଇ ୯୦ ଦିନର ସମୟ ଦେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share