Categories: ଖେଳ

ଋତୁପର୍ଣ୍ଣା ଚାମ୍ପିୟନ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ପ୍ରତିଭା ସମ୍ପନ୍ନ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା କ୍ୟାରିୟରରେ ଆଉ ଏକ ଟାଇଟଲ ହାସଲ କରିଛନ୍ତି। ଗୋଆରେ ଅନୁଷ୍ଠିତ ୟୋନେକ୍ସ ସନ୍‌ରାଇଜ୍‌ ସର୍ବଭାରତୀୟ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସରେ ସେ ଚାମ୍ପିୟନ ହୋଇଛନ୍ତି। କ୍ରିଷ୍ଣା ପ୍ରସାଦ ଜି.ଙ୍କୁ ସାଥିକରି ଖେଳିଥିବା ଋତୁପର୍ଣ୍ଣା ଫାଇନାଲରେ ସଞ୍ଜିଥ ଏସ. ଓ ଶୃତି କେ.ପି. ଯୋଡ଼ିଙ୍କୁ ୨୧-୧୦, ୨୧-୧୭ ପଏଣ୍ଟରେ ହରାଇ ଦେଇଥିଲେ।

Share