ପୁରୁଷୋତ୍ତମପୁର,୨୬।୮(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୁଲ୍ୟା ନଦୀରେ କୁମ୍ଭୀର ଥିବା ନେଇ ଗତ କିଛିଦିନ ହେଲା ଗୁଜବ ଲାଗିରହିଛି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତିା। କେହି ଅସାଧୁ ବ୍ୟକ୍ତି ଫଟୋକୁ ଏଡିଟିଙ୍ଗ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପୁରୁଷୋତ୍ତପୁର ବନ ବିଭାଗ ପକ୍ଷରୁ ଫରେଷ୍ଟଟ ପ୍ରଦୀପକୁମାର ପଣ୍ଡା ଓ କର୍ମଚାରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ନଦୀକୁ ଯାଇ ତଦାରଖ କରିଥିଲେ। ପରେ ଏହି ଖବର ଗୁଜବ ବୋଲି ଜଣାପଡିଛି। ଏଣୁ ଭୟଭୀତ ନ ହେବାକୁ ଫରେଷ୍ଟର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।