ଋଷିକୂଲ୍ୟା ମୁହାଣରୁ ମିଳିଲା ୩୦ ଫୁଟ ଲମ୍ବ ତିମିର ମୃତଦେହ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୂଲ୍ୟା ମୂହାଣରୁ ଶୁକ୍ରବାର ୩୦ଫୁଟ ତିମିର ମୃତଦେହ ମିଳିଛି। ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ସମୁଦ୍ର ପାଣିକୁ ଲାଗି ମୃତଦେହଟି ପଡ଼ିଥିବା ଯୋଗୁ ଉଦ୍ଧାର କରିବାକୁ ବନବିଭାଗ କର୍ମକର୍ତ୍ତାଙ୍କୁ ଅସୁବିଧା ହେଉଥିବା ବନାଞ୍ଚଳ ଅଧିକାରୀ ସୋମନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଉଦ୍ଧାର ପରେ ମୃତଦେହକୁ ଗାତ ଖୋଲି ପୋତାଯିବା ବ୍ୟବସ୍ଥା କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଟ୍ରଲର କିମ୍ବା ବୟସ ଅଧିକ ହୋଇଥିବାରୁ ତିମିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

Share