ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର କର୍କଟ ଚିକିତ୍ସା ଲାଗି ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସହିତ ସ୍ତ୍ରୀ ନୀତୁ ସିଂହ ମଧ୍ୟ ସେଠାରେ ରହୁଛନ୍ତି। ପୁଅ ରଣବୀର କପୁର ମଧ୍ୟ ବାପାଙ୍କ ସ୍ବାସ୍ଥ୍ୟବସ୍ଥାର ଅପ୍ଡେଟ ରଖୁଛନ୍ତି। ମଝିରେ ମଝିରେ ଋଷିଙ୍କୁ ବଲିଉଡ ଅଭିନେତ୍ରୀ-ଅଭିନେତାମାନେ ନ୍ୟୁୟର୍କରେ ଭେଟୁଥିବାର ଦେଖାଯାଇଛି। ନିକଟରେ ରଣବୀର ନିଜ ଗର୍ଲଫ୍ରେଣ୍ଡ ଆଲିଆ ଏବଂ ଭଉଣୀ ରିଦ୍ଦିମାଙ୍କ ସହ ନ୍ୟୁୟର୍କ ଯାଇଛନ୍ତି। ସେଠାରେ ତାଙ୍କ ସହ ଯୋଗଦେଇଛନ୍ତି ଏଶ୍ଚର୍ଯ୍ୟା ରାୟ, ସ୍ବାମୀ ଅଭିଶେକ ଏବଂ ପ୍ରିୟଙ୍କା ଚୋପ୍ରା। ସମନ୍ତେ ମିଶି ଋଷି କପୁରଙ୍କ ସହ ଏକ ଫଟୋ ମଧ୍ୟ ଉଠାଇଛନ୍ତି। ଏହାସହ ନୀତୁ ନିଜ ଇନଷ୍ଟାଗ୍ରାମରେ ଏକ ଫ୍ୟାମିଲି ଫଟୋ ଶେୟାର କରିନ୍ତି। ଯେଉଁଥିରେ ଆଲିଆ ମଧ୍ୟ ସାମିଲ ହୋଇଛନ୍ତି।