ମୁମ୍ବାଇ,୨୧।୪: ବଲିଉଡ୍ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଦାର ଆସିଛି। ସେ ଖୁବ୍ ଶୀଘ୍ର ଶୁଟିଂ ସେଟ୍କୁ ଫେରିବେ ବୋଲି କୁହାଯାଉଛି। ସେ ଗତବର୍ଷ ସେପ୍ଟେମ୍ବରରେ ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ। ସ୍ବାସ୍ଥ୍ୟ ଭଲ ହେବା ପରେ ଏବେ ୬୬ ବର୍ଷ ବୟସ୍କ ଋଷି ମୁମ୍ବାଇ ଫେରିବାକୁ ଚିନ୍ତା କରୁଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି। ଏନେଇ ବଲିଉଡ୍ରେ ଋଷିଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।