Categories: ଖେଳ

ଏଆରଆରସିରେ ପଏଣ୍ଟ ଜିତିଲେ ରାଜୀବ

ଭୁବନେଶ୍ୱର, ୨୭।୯(ସ୍ପୋଟର୍‌ସ ବ୍ୟୁରୋ)- ମାଲେସିଆର ସେପଙ୍ଗ ଇଣ୍ଟରନ୍ୟାଶନାଲ ସର୍କିଟରେ ଅନୁଷ୍ଠିତ ଏସିଆନ ରୋଡ ରେସିଂ ଚାମ୍ପିୟନଶିପ(ଏଆରଆରସି)ର ଚୂଡ଼ାନ୍ତ ତଥା ଷଷ୍ଠ ପର୍ଯ୍ୟାୟ ରେସରେ ଇଡିମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକ ରାଜୀବ ସେଥୁ ଭାରତ ପାଇଁ ପଏଣ୍ଟ ଜିତିଛନ୍ତି। ଏପି ୨୫୦ ଶ୍ରେଣୀରେ ରାଜୀବ ୧ ପଏଣ୍ଟ ହାସଲ କରିଛନ୍ତି। ଦୁର୍ଘଟଣା ଜନିତ ଆହତ ସମସ୍ୟା ସତ୍ତ୍ୱେ ରାଜୀବ ଟପ୍‌-୧୫ ଭିତରେ ରେସ ଶେଷକରି ଏହି ସଫଳତା ପାଇଛନ୍ତି। ଏହାକୁ ମିଶାଇ ସେ ଅଷ୍ଟମ ଥର ପାଇଁ କୌଣସି ରେସରେ ଟପ୍‌-୧୫ରେ ସ୍ଥାନ ପାଇଛନ୍ତି। ଏହି ଟିମ୍‌ର ଅନ୍ୟତମ ଚାଳକ ୧୮ ବର୍ଷୀୟ ସେନ୍ଥିଲ କୁମାର ନିଜର ଶ୍ରେଷ୍ଠ ଲ୍ୟାପ ସମୟ ହାସଲ କରିଛନ୍ତି। ୨୨ତମ ସ୍ଥାନରୁ ରେସ୍‌ ଆରମ୍ଭ କରିଥିବା ସେନ୍ଥିଲ ୧୭ତମ ସ୍ଥାନରେ ରହି ଶେଷ କରିଥିଲେ।

Share