Categories: ଫୁରସତ

ଏଆର୍‌ ଗ୍ଲାସ୍‌ରେ ଏଥର ଭଲ ଭାବେ ଦେଖିହେବ

ନ୍ୟୁୟର୍କ: ପରିବେଶର ବାସ୍ତବ ଚିତ୍ରକୁ ପ୍ରଦର୍ଶିତ କରିପାରୁଥିବା ଏଆର୍‌ ( ଆଗୁମେଣ୍ଟେଡ ରିୟଲିଟି)ଗ୍ଲାସ୍‌ ଦୃଷ୍ଟିଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଦେଖିବାରେ ସାହାଯ୍ୟ କରିବ ବୋଲି ଗବେଷକମାନେ କହିଛନ୍ତି। ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କେକ୍‌ ସ୍କୁଲ ଅଫ ମେଡିସିନର ଗବେଷକମାନେ କହିଛନ୍ତି ଯେ ଏଆର୍‌ ଗ୍ଲାସ୍‌ ଦୃଷ୍ଟିଶକ୍ତି ୫୦ ପ୍ରତିଶତ ବୃଦ୍ଧି କରିପାରିବ । ଏହି ଗ୍ଲାସ୍‌ ବିଭିନ୍ନ ଦୃଶ୍ୟକୁ ଭଲ ଭାବେ ଧରିରଖିବାରେ ୭୦ ପ୍ରତିଶତ ସକ୍ଷମ ବୋଲି କୁହାଯାଇଛି। ଏବେ କିନ୍ତୁ ଯେଉଁମାନଙ୍କୁ ଭଲ ଦେଖାଯାଉନାହିଁ ସେମାନଙ୍କ ପାଇଁ ଭର୍ଚୁଆଲ ରିୟଲିଟି ଗ୍ଲାସ୍‌ ବ୍ୟବହାର କରାଯାଉଛି। ଏହା ମଧ୍ୟ ବ୍ୟବହାର କରିବା କଷ୍ଟଦାୟକ ଓ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। କିନ୍ତୁ ଏଆର୍‌ ଗ୍ଲାସ ଏବେ ଏଭଳି ସମସ୍ୟା ଦୂର କରିପାରିବ ବୋଲି କହିଛନ୍ତି କେକ୍‌ ସ୍କୁଲ୍‌ର ପ୍ରଫେସର ମାର୍କ ହୁମାୟୁନ।

Share