ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ ଉପାର୍ଜନ ଆଶାରେ ଗରିବ ମହିଳା ନିଜ ଇଚ୍ଛାରେ ଅପରେଶନ୍‌ ଦ୍ୱାରା ଗର୍ଭାଶୟ ବାହାର କରୁଛନ୍ତି। ଏଥିପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। ପରେ ଠିକାଦାରଙ୍କ ଆଖୁକ୍ଷେତରେ କାମ କରି ଏହାକୁ ପରିଶୋଧ କରୁଛନ୍ତି। ବିବାହିତା ମହିଳା ଅଧିକ ସମୟ କାମ କରିବା ପାଇଁ ଜାଣିଶୁଣି ଏଭଳି କରିଥାନ୍ତି। ମାତ୍ର ଏହାଦ୍ୱାରା ସେମାନେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ଜମିରୁ ଆଖୁ କାଟିବା ପାଇଁ ଠିକା ନିଆଯାଇଥାଏ। ଏହି କାର୍ଯ୍ୟରେ ଋତୁସ୍ରାବ ହେଉଥିବା କମ୍‌ ବୟସ୍କ ମହିଳାଙ୍କୁ ନିୟୋଜିତ କରିବାକୁ ଠିକାଦାର ଅରାଜି ହୋଇଥାନ୍ତି। ତେଣୁ ମହିଳାମାନେ ଗୋଟିଏ ଦୁଇଟି ସନ୍ତାନ ପରେ ଅପରେଶନ କରି ଗର୍ଭାଶୟ ବାହାର କରିଦେବାକୁ ପସନ୍ଦ କରନ୍ତି। ଏଭଳି କରି ସେମାନେ ମାସ ମାସ ଧରି ଆଖୁ କଟାରେ ନିୟୋଜିତ ହୋଇ ନିଜର ଆର୍ଥିକ ସମସ୍ୟା ଦୂର କରନ୍ତି।