ଏଇ ଭାରତରେ

ବର୍ତ୍ତମାନ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଛି ସେଠାରେ ଅାଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଅାଶଙ୍କାରେ ସିଅାର୍ପିଏଫ୍ ପୋଲିସ ମୁତୟନ ଅଛନ୍ତି କଶ୍ମୀର ଅଧତ୍ବାସୀଙ୍କ ମନରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଥତ୍ବାବେଳେ ଏଠିକାର ଜଣେ ଶିଶୁ ସିଅାର୍ପିଏଫ୍ ଯବାନଙ୍କ ସହିତ ହାତ ମିଳାଇ ସମସ୍ତଙ୍କ ହୃଦୟ ଜିଣିପାରିଛନ୍ତି ଏହି କଶ୍ମୀରୀ ଶିଶୁ ସିଅାର୍ପିଏଫ୍ର ଜଣେ ମହିଳା ଯବାନଙ୍କ ସହିତ ହାତ ମିଳାଇବାର ଫଟୋ ସୋସିଅାଲ ମିଡିଅାରେ ଭାଇରାଲ ହେବା ପରେ ଦେଶର ବିିଭିନ୍ନ ଭାଗରୁ ପ୍ରଶଂସାର ସୁଅ ଛୁଟିଛି ଉକ୍ତ ଫଟୋକୁ ହଜାର ହଜାର ଟୁଇଟର ବ୍ୟବହାରକାରୀ ଲାଇକ୍ କରିବା ସହିତ ୭୦୦ରୁ ଅଧତ୍କ ଥର ରିଟୁଇଟ୍ କରାଯାଇଛି ଅନେକ ଟୁଇଟର ବ୍ୟବହାରକାରୀ ଏହି ମନୋମୋହକର ଫଟୋଗ୍ରାଫ୍କୁ ପ୍ରଶଂସା କରିଛନ୍ତି ଜଣେ ଟୁଇଟର ବ୍ୟବହାରକାରୀ ଲେଖତ୍ଛନ୍ତି, ଏହା ହେଉଛି ବାସ୍ତବ ଭାରତ ଅାମେ ଏହି ଭାବାବେଗକୁ ଅଭିବାଦନ ଜଣାଉଛୁ ସମୟ ଅନୁସାରେ କଶ୍ମୀରରେ ଅାବଶ୍ୟକ ପରିବର୍ତ୍ତନ ଘଟିବ ଅାଉଜଣେ ୟୁଜର ଏଥତ୍ପାଇଁ ସିଅାର୍ପିଏଫ୍କୁ ପ୍ରଶଂସା କରି ଲେଖତ୍ଛନ୍ତି, ଏହି ସ୍ମୃତି ଅାମ ମାନସପଟରେ ଚିର ଅଭୁଲା ରହିବ ଶିଶୁଟି ମହିଳା ଯବାନଙ୍କୁ ସାଲୁ୍ୟଟ କରୁଥତ୍ବାର ଅାଉ ଏକ ଫଟୋକୁ ସିଅାର୍ପିଏଫ୍ ଇଣ୍ଡିଅା ପକ୍ଷରୁ ଶେୟାର କରାଯାଇଛି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂତନ, ବିକଶିତ ଓ ସମୃଦ୍ଧ ଜମ୍ମୁ-କଶ୍ମୀର ଗଠନ ପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି