ଏଇ ଭାରତରେ

ବର୍ଷକରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବାକୁ ବାରଣ କରାଯାଇଥାଏ। ବାରାଣସୀର ମଣିକର୍ଣ୍ଣିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚଳିଆସୁଛି ଏହି ନିଆରା ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି ଭାବେ ପାଳନ କରାଯାଏ। କୌଣସି ବ୍ୟକ୍ତି ଏହାକୁ ପାଳନ ନ କଲେ ଏହାକୁ ଚରମ ଅବମାନନା ବୋଲି ଧରି ନିଆଯାଏ। ତେବେ ଏଠାରେ ବର୍ଷକୁ ୫ ଦିନ ଦମ୍ପତିଙ୍କୁ ଏହି ପରମ୍ପରା ପାଳନ କରିବାକୁ ପଡିଥାଏ। ଅଗଷ୍ଟ ୧୭ରୁ ୫ଦିନ ଧରି ଏପରି ଏକ ଅଜବ ପରମ୍ପରା ପାଳନ କରାଯାଇଥାଏ। ଏହି ସମୟରେ ସ୍ତ୍ରୀ-ସ୍ବାମୀ କେହି କାହା ସହିତ ହସଖୁସି କରିବା ମନା। ପୁଣି ଏହି ୫ ଦିନ ମଦ୍ୟପାନ ବି ନିଷେଧ ହୋଇଥାଏ। ଗଁା ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ଲାହୁଆ ଘୋଣ୍ଡ ଦେବତା ପିଡି ଗାଁକୁ ଆସିଥିଲେ ସେତେବେଳେ ଏଠାରେ ରାକ୍ଷସମାନଙ୍କର ରାଜୁତି ଚାଲିଥିଲା। ଏହି ରାକ୍ଷସମାନେ ମଣିଷଙ୍କୁ ମାରି ଦେଉଥିଲେ। ଲାହୁଆ ଘୋଣ୍ଡ ଦେବତା ଏହା ଦେଖିବା ପରେ ଏଠାରେ ଥିବା ରାକ୍ଷସମାନଙ୍କୁ ୫ ଦିନ ମଧ୍ୟରେ ବିନାଶ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ୫ ଦିନକୁ ଏହିଭଳି ଢଙ୍ଗରେ ପାଳନ କରି ଆସୁଛନ୍ତି ଏଠାକାର ଅଧିବାସୀ। ପ୍ରାଚୀନ କାଳରୁ ଚଳିଆସୁଥିବା ଏହି ପରମ୍ପରା ଆଧୁନିକ ସମାଜ ପାଇଁ ଅଗ୍ରହଣୀୟ ହେଲେ ବି ଆନନ୍ଦଦାୟୀ।