ଏଇ ଭାରତରେ

ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍‌ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ। ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହୋଇଛି। ଏହା କରିଛନ୍ତି ଓଡ଼ିଶାର ସିଆଇଡି କ୍ରାଇମ୍‌ ବ୍ରାଞ୍ଚ୍‌ ମହାନିରୀକ୍ଷକ ଅରୁଣ ବୋଥ୍ରା। ଏଥିରେ ପିଲାଟି ପିତାଙ୍କ ଗୋଡ଼କୁ ଛନ୍ଦି ଅଫିସ ଯିବାକୁ ଦେଉନି। ପିତା ଶୀଘ୍ର ଆସିବା ପାଇଁ କହୁଥିଲେ ମଧ୍ୟ ପିଲାଟି ରାହାଧରି କାନ୍ଦୁଛି। ଏହା ଦେଖଣାହାରୀଙ୍କୁ ବେଶ୍‌ ଭାବପ୍ରବଣ କରୁଛି। ପ୍ରାୟ ୧ ମିନିଟ୍‌ ୨୫ ସେକେଣ୍ଡର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଅରୁଣ ଲେଖିଛନ୍ତି ପୋଲିସ ପଦବୀରେ ଥିଲେ ବି ଏଭଳି ଘଟଣା ଅତି ସମ୍ବେଦନଶୀଳ। ପରିବାରକୁ ପଛରେ ପକାଇ ସେମାନେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇଥାଆନ୍ତି। ଏହା କେବଳ ଜଣେ ପୋଲିସ କର୍ମଚାରୀ ନୁହେଁ, ସବୁ କର୍ମଜୀବୀ ମହିଳା ଓ ପୁରୁଷ ମର୍ମେ ମର୍ମେ ଅନୁଭବ କରନ୍ତି ବୋଲି ସେ କହିଛନ୍ତି।