ଏଇ ଭାରତରେ

ସଂଶୋଧିତ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ପ୍ରଶାସନ ଓ ଗାଡି ଚାଳକ ପୂରା ଚଳଚଞ୍ଚଳ ହୋଇପଡିଛନ୍ତି। ତା’ ଭିତରେ ଘଟିଯାଉଛି ଅନେକ ଅଜବ ଘଟଣା। ତେବେ ଚାଲାଣ କଟାକୁ ନେଇ ଉତ୍ତରପ୍ରଦେଶରେ ସାମ୍‌ନାକୁ ଆସିଛି ଏକ ରୋଚକ ଖବର। ଜଣେ ବ୍ୟକ୍ତିଙ୍କ ଚାରି ଚକିଆ ଯାନ ଉପରେ ହେଲ୍‌ମେଟ ନ ଲଗାଇବା କାରଣରୁ ଚାଲାଣ କଟାଯାଇଛି । ଗାଜିଆବାଦ କୋଶାମ୍ବୀ ଅଞ୍ଚଳରେ ରହନ୍ତି ଚନ୍ଦ୍ରପାଲ ସିଂ। ଟ୍ରାଫିକ ନିୟମ ଉଲ୍ଲଂଘନ ଯୋଗୁ ତାଙ୍କ ୟୁପି ୧୪-ସିଏମ୍‌-୦୦୦୩ ନମ୍ବର ସ୍କର୍ପିିଓ ଉପରେ ତିନିଥର ଚାଲାଣ କଟାଗଲାଣି। ସେଥିମଧ୍ୟରୁ ପ୍ରଥମ ୬୦୦ ଟଙ୍କାର ଚାଲାଣ କଟାଯାଇଥିତ୍ଲା। ଗାଡିର କେଉଁ ଭୁଲ୍‌ ପାଇଁ କଟାଯାଇଛି ତା’ର କୌଣସି ବିବରଣୀ ଦର୍ଶାଯାଇ ନ ଥିଲା। ଏହାପରେ ପୁଣି ସ୍କର୍ପିିଓରେ ହେଲମେଟ୍‌ ପିନ୍ଧି ନ ଥିବାରୁ ୫ ଶହ ଟଙ୍କାର ଆଉ ଏକ ଚାଲାଣ କଟାଯାଇଛି। କେବଳ ଏତିକି ନୁହେଁ, ଚାଲାଣରେ ସ୍କର୍ପିିଓ ଜାଗାରେ ସ୍କୁଟିର ଫଟୋ ମଧ୍ୟ ଲଗାଯାଇଛି। ଏହାପରେ ହେଡ୍‌ଫୋନ ଲଗାଇ ଗାଡି ଚଳାଇବା କାରଣରୁ ତୃତୀୟ ଚାଲାଣ କଟାଯାଇଥିଲେ ବି ସେଥିରେ କୌଣସି ଫଟୋ ଅପଲୋଡ୍‌ କରାଯାଇନାହିଁ। ଏ ସମ୍ପର୍କରେ ଜଣାପଡିବା ପରେ ଭୁଲ୍‌ ଚାଲାଣ ଉପେରେ ଯାଞ୍ଚ କରାଯାଇ ରଦ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।