ଏଇ ଭାରତରେ

ରାଜସ୍ଥାନ ମଓ୍ବୋଡ୍‌-ମାରଓ୍ବାଡ୍‌ରେ ରହୁଥିବା ଗାଡୋଲିୟା ଲୋହାରଙ୍କ ସହ ଯୋଡି ହୋଇ ରହିଛି ଏକ ଅଜବ କାହାଣୀ। ପାଞ୍ଚଶହ ବର୍ଷ ପୂର୍ବେ ନେଇଥିବା ଶପଥକୁ ପାଳନ କରି ଏବେ ସୁଦ୍ଧା ଯାଯାବର ଜୀବନ ଜିଉଛନ୍ତି ଏହି ଜାତି। ଏମାନେ ମଓ୍ବୋର ରାଜା ରାଣାପ୍ରତାପଙ୍କ ସୈନିକ ଥିଲେ। ଯେପର୍ଯ୍ୟନ୍ତ ମଓ୍ବୋର ସ୍ବାଧୀନ ହୋଇନାହିଁି ସେ ପର୍ଯ୍ୟନ୍ତ ପକ୍କାଘରେ ନ ରହି ଯାଯାବର ଜୀବନ ବିତାଇବେ ବୋଲି ଶପଥ ନେଇଥିଲେ। ମୋଗଲ ଶାସନ ଭାରତରେ ପ୍ରତିଷ୍ଠା ହେଲା ପରେ ଏମାନଙ୍କୁ ଯୁଦ୍ଧ ଅପରାଧୀର ପରିଚୟ ମିଳିଥିଲା। ଏହାପରେ ବ୍ରିଟିଶ ଶାସନରେ ଏମାନଙ୍କୁ ସମାନ ବ୍ୟବହାର କରାଯାଇଥିଲା। ଭାରତ ସ୍ବାଧୀନ ହେଲା,କିନ୍ତୁ ଏମାନେ ପିଢି ପରେ ପିଢି ଶପଥକୁ ମନେରଖିଛନ୍ତି ଓ ଲୁହା ଜିନିଷ ବିକ୍ରି କରିବା ପାଇଁ ସବୁ ରାଜ୍ୟରେ ବୁଲୁଛନ୍ତି। ପ୍ରଥମେ ଏମାନେ କାଠ ତିଆରି ଗାଡ଼ିିରେ ରହୁଥିଲେ। ଏବେ ଲୁହାନିର୍ମିତ ଯାନ ବା ମୋଟରଯାନରେ ରହୁଛନ୍ତି ପରିବାର ସହ। ପିଲାମାନଙ୍କ ଶିକ୍ଷା ଓ ସବୁ ଯୋଜନାରୁ ଏମାନେ ବହୁ ଦୂରରେ। ସବୁଠାରୁ ବଡ଼କଥା ହେଉଛି ଏମାନଙ୍କ ମଧ୍ୟରୁ କିଛି ଶିକ୍ଷାଲାଭ କଲେଣି ସତ, କିନ୍ତୁ ଜଣେ ହେଲେ ବି ସରକାରୀ ଚାକିରି କରିପାରିନାହାନ୍ତି। ରାଜସ୍ଥାନ ସରକାର ଏମାନଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ଦେବା ପାଇଁ ଯୋଜନା କରି ଗ୍ରାମାଞ୍ଚଳରେ ୧୫୦ ବର୍ଗଫୁଟ ଓ ସହରରେ ୫୦ ବର୍ଗଫୁଟ ଜାଗା ଯୋଗାଇଦେବା ସହ ୩୫ ହଜାର ଟଙ୍କା ଅନୁଦାନ ଦେଲେ ବି ସେମାନେ ରହୁନାହାନ୍ତି। ଏମାନଙ୍କୁ ଖୋଜି ସ୍ଥାୟୀବାସର ବ୍ୟବସ୍ଥା କରିବା ଦାୟିତ୍ୱ ରହିଥିଲେ ମଧ୍ୟ ଏଯାବତ ସରକାରଙ୍କ ପାଖରେ ରାଜ୍ୟରେ କେତେ ଗାଡୋଲିୟା ଲୋହାର ରହିଛନ୍ତି ତା’ର ହିସାବ ନାହିଁ।