ଏଇ ଭାରତରେ

ପାର୍ବଣର କୁମାରୀ ପୂଜା ପରମ୍ପରାରେ ମାନବବାଦ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିତ୍ବାକୁ ମିଳିଛି କୋଲକାତାରେ। ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରଗଣାର ଜିଲା ବାଗୁଇହାଟିରେ ମୌସୁମୀ ଓ ତମଳ ଦତ୍ତ ତାଙ୍କ ଘରେ ୨୦୧୩ରୁ ଦୁର୍ଗାପୂଜା କରିଆସୁଛନ୍ତି। ପ୍ରତିବର୍ଷ ସେମାନେ ଭିନ୍ନ ଭିନ୍ନ ଜାତି ଓ ଧର୍ମର କୁମାରୀଙ୍କୁ କୁମାରୀ ପୂଜାରେ ସାମିଲ କରୁଛନ୍ତି। କିନ୍ତୁ ଏଥର ଦତ୍ତ ପରିବାର ଜଣେ ମୁସଲମାନ ଝିଅକୁ ମହାଷ୍ଟମୀ ଦିନ କୁମାରୀ ପୂଜାରେ ମା’ ରୂପରେ ପୂଜା କରିଛନ୍ତି। ଝିଅ ନାଁ ଫତିମା। ବୟସ ୪ ବର୍ଷ। ତାଙ୍କ ବାପାଙ୍କ ନାମ ମହମ୍ମଦ ତାହିର । ଆଗ୍ରାର ଫତେପୁର ସିକ୍ରିରେ ତାଙ୍କର ଏକ ତେଜରାତି ଦୋକାନ ରହିଛି। ଦତ୍ତ ପରିବାରର ଅନୁରୋଧକ୍ରମେ ଫତିମା ତାଙ୍କ ମା’ଙ୍କ ସହ ଆଗ୍ରାରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତାର କୌଣସି ପରିବାରରେ ମୁସଲମାନ ଝିଅଙ୍କୁ ପୂଜା କରାଯାଉ ନ ଥିବାବେଳେ ବାଗୁଇହାଟିରେ ଦତ୍ତମାନଙ୍କ ଦ୍ୱାରା ଏପରି ପୂଜା କରାଯିବା ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି ପୂଜାମଣ୍ଡପର ପୂଜକ। କୁମାରୀ ପୂଜାରେ ଫତିମାଙ୍କୁ ପୂଜା କରାଯାଇଥିବାରୁ ଫତିମାଙ୍କ ମା’ ବୁସ୍ରା ବିବି ବହୁତ ଖୁସି ରହିଛନ୍ତି ବୋଲି ଜଣାଇଛନ୍ତିି। ଦେଶରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏହା ମାନବବାଦର ସନ୍ଦେଶ ଦେଇପାରିବ ବୋଲି ଫତିମାଙ୍କ ମାମୁ ମହମ୍ମଦ ଇବ୍ରାହିମ କହିଛନ୍ତି। ୧୨୧ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଜଣେ ମୁସଲମାନ ନାବିକଙ୍କ ଝିଅକୁ କଶ୍ମୀରରେ ମା’ ରୂପରେ ପୂଜା କରିଥିଲେ। ତା’ପରେ ଏହା ଦ୍ୱିତୀୟ ଘଟଣା।