ଏଇ ଭାରତରେ

ମଦ୍ୟପାନ ଦୂର କରିବା ପାଇଁ ଗୁଜରାଟର ଏକ ଗାଁ ଅଜବ ଉପାୟ ଆପଣାଇଛି। ଗାଁର ନାଁ ଖାଟିସିତାରା। ବନାସକାନ୍ଥା ଜିଲା ଅନ୍ତର୍ଗତ ଏହି ଆଦିବାସୀବହୁଳ ଗାଁରେ ଯଦି କୌଣସି ବ୍ୟକ୍ତି ମଦ ପିଇ ଧରାପଡ଼ନ୍ତି ତେବେ ଗାଁର ନିଷ୍ପତ୍ତିକ୍ରମେ ଲଗାଯାଇଥିବା ଜରିମାନା ତାଙ୍କ ନିଶା ଖସାଇଦେଉଛି। ମଦ୍ୟପାନ କରିଥିବା ବ୍ୟକ୍ତି ଗ୍ରାମବାସୀଙ୍କୁ ମାଂସ ତରକାରି ଭୋଜି ଦେଉଛନ୍ତି। ଏହାବାଦ ୨,୦୦୦ ଟଙ୍କା ଜରିମାନା ଗଣିବାକୁ ପଡୁଛି। ପୂର୍ବରୁ ୨୦୧୩-୧୪ରେ ମଦ୍ୟପାନ କଲେ ୨୦୦୦ ଓ ପାଟିତୁଣ୍ଡ କଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା। କିନ୍ତୁ ଏଥିରେ ମଦ୍ୟପଙ୍କ ସଂଖ୍ୟା କମିିଲାନାହିଁ। ଏହାଦ୍ୱାରା ଗାଁରେ ହିଂସା ମଧ୍ୟ ବୃଦ୍ଧିପାଇଲା। ଏବେ ମଦ ପିଇଥିବା ବ୍ୟକ୍ତି ଧରାପଡିଲେ ତାଙ୍କୁ ଗାଁର ୭୦୦ରୁ ୮୦୦ ଲୋକଙ୍କୁ ମାଂସ ଭୋଜି ଦେବାକୁ ଯାଇ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି ନୂଆ ନିୟମ ଲାଗୁ ହେବା ପରେ ଗାଁରେ କେହି ମଦ ପିଇବା ଏକପ୍ରକାର ବନ୍ଦ ହୋଇଯାଇଛି।