ଦୀପାବଳିରେ ମା’ ଲକ୍ଷ୍ମୀ ଓ ମା’ କାଳୀଙ୍କୁ ପୂଜା କରାଯାଉ ଥିତ୍ବାବେଳେ ବୃଦ୍ଧଙ୍କୁ ପୂଜା କରିବାର ଏକ ନିଆରା ପରମ୍ପରା ପ୍ରଚଳିତ ହୋଇଆସୁଛି ଛତିଶଗଡ଼ର ଯଶପୁର ଜିଲାରେ। ଏହି ଜିଲାର ମନୋରା ତହସିଲ ଅନ୍ତର୍ଗତ ବୁଜରୁପାଠ, କଣ୍ଟାବେଲ, କୁଳାଡୋର, ଲୁଖୀ ଓ ଦୀନାପାଠ ଗାଁରେ ପ୍ରାୟ ୩୦୦ ପରିବାର ବାସକରନ୍ତି। ଅସୁର ଜନଜାତିର ଏହି ଲୋକମାନେ ନିଜକୁ ମହିଷାସୁରଙ୍କ ବଂଶଧର ବୋଲି କୁହନ୍ତି। ଏମାନେ ଦୀପାବଳିରେ ଘରେ ବୃଦ୍ଧମାନଙ୍କୁ ପୂଜା କରିଥାନ୍ତିି। ଆଢ଼ା-ବୁଢ଼ା ନାମରେ ପ୍ରଚଳିତ ଏହି ପରମ୍ପରାରେ ଦେବଦେବୀଙ୍କୁ ପୂଜା କରିବା ପୂର୍ବରୁ ଘରେ ବୃଦ୍ଧମାନଙ୍କୁ ପୂଜା କରି ଆଶୀର୍ବାଦ ନେଇଥାନ୍ତି। ଘଞ୍ଚ ଜଙ୍ଗଲରେ ଯଦି କେହି ହଜିଯାଏ, ତେବେ ବୃଦ୍ଧମାନଙ୍କ ଆଶୀର୍ବାଦ ତାଙ୍କ ଜୀବନ ରକ୍ଷା କରିବା ସହ ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିିବାରେ ସାହାଯ୍ୟ କରେ ବୋଲି ଏହି ଜନଜାତିର ଲୋକମାନେ ବିଶ୍ୱାସ କରନ୍ତି।