ଏଇ ଭାରତରେ

ଦେଶରେ ମହିଳାବିରୋଧୀ ଅପରାଧ ନିତି ସାମ୍‌ନାକୁ ଆସୁଛି। କିନ୍ତୁ ଏମିତି କମ୍‌ ଲୋକ ଅଛନ୍ତି ଯେଉଁମାନେ ପୀଡିତାଙ୍କ ସହ ପ୍ରତି କ୍ଷେତ୍ରରେ ଠିଆହୋଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଗୁଡଗାଓଁ ନିବାସୀ ଅଞ୍ଜୁ ରାଓ୍ବତ ସମ୍ପୂର୍ଣ୍ଣ ଭିନ୍ନ। ୪୨ ବର୍ଷୀୟା ଅଞ୍ଜୁ ପେସାରେ ଆଇନଜୀବୀ। ବଳାକତ୍ାର ଓ ଏସିଡ୍‌ ଆକ୍ରମଣର ଶିକାର ହେଉଥିତ୍ବା ଗରିବ ମହିଳା ତଥା ଝିଅଙ୍କ ପାଇଁ ବିନା ଦେୟରେ ସେ ମକଦ୍ଦମା ଲଢୁଛନ୍ତି। ଏଯାବତ୍‌ ଅଞ୍ଜୁ ୭୦ ଜଣଙ୍କୁ ନ୍ୟାୟ ଦେଇସାରିଲେଣି। ଉତ୍ତରାଖଣ୍ଡର ମୂଳ ବାସିନ୍ଦା ଅଞ୍ଜୁ ୨୦୦୫ରୁ ଗୁଡଗାଓଁରେ ଓକିଲାତି କରୁଛନ୍ତି। ସେ ୨୦୧୧ରେ ଏକ ଏନ୍‌ଜିଓ ଗଠନ କରିଥିଲେ। ପ୍ରଥମେ ଜଣେ ୬ ବର୍ଷୀୟା ଝିଅ ଲାଗି ମାମଲା ଲଢିଥିଲେ। ଜଣେ ରିକ୍ସା ଚାଳକଙ୍କର ଏହି ଝିଅଟି ବଳାତ୍କାରର ଶିକାର ହୋଇଥିଲେ ଓ ଏଥିରେ ସମ୍ପୃକ୍ତ ଦୁଇ ଅପରାଧୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଅଞ୍ଜୁ ବଳାକତ୍ାର ଓ ଏସିଡ୍‌ ପୀଡିତାମାନଙ୍କୁ ଆଇନ ସହାୟତା ଦେବା ସହ ଶିକ୍ଷା ଓ ରୋଜଗାରର ବ୍ୟବସ୍ଥା ମଧ୍ୟ କରିଛନ୍ତି।