ଏଇ ଭାରତରେ

ନିରବଚ୍ଛିନ୍ନ ସାଧନା ଓ ଗଭୀର ଅଧ୍ୟବସାୟ ବଳରେ ଅସାଧ୍ୟ ସାଧନ କରିହୁଏ। ଏହାଦ୍ୱାରା ନୂତନ ସୃଷ୍ଟି ସମ୍ଭବ ହୋଇପାରେ। ଗଭୀର ଆତ୍ମବିଶ୍ୱାସ ଏବଂ ଅବିରତ ସାଧନା ଦ୍ୱାରା ଜଣେ ଭାରତୀୟ ଇଞ୍ଜିନିୟର ତିଆରି କରିଛନ୍ତି ଏକ ଇଞ୍ଜିନ୍‌। ଏଥିରେ ପାଣିକୁ ଇନ୍ଧନ ରୂପେ ବ୍ୟବହାର କରାଯାଇପାରିବ। ତାମିଲନାଡୁର କୋଏମ୍ବାଟୁରରେ ଜଣେ ମେକାନିକାଲ ଇଞ୍ଜିନିୟର ଏସ୍‌. କୁମାରସ୍ବାମୀ ଏମିତି ଏକ ଇଞ୍ଜିନ ତିଆରି କରିଛନ୍ତି, ଯାହା ପାଣି ଦ୍ୱାରା ଚାଲିପାରିବ। ଏଥିପାଇଁ ତାଙ୍କୁ ୧୦ ବର୍ଷ ସମୟ ଲାଗିଛି। ଏହି ଇଞ୍ଜିନ ଡିଷ୍ଟିଲ ଓ୍ବାଟର (ପାତିତ ଜଳ)ରେ ଚାଲିପାରିବ। ଏହା ଏକ ପରିବେଶ ଅନୁକୂଳ ଇଞ୍ଜିନ ବୋଲି କୁହାଯାଉଛି। ଜଳ ପ୍ରକ୍ରିୟାକରଣ ଦ୍ୱାରା ଏହା ହାଇଡ୍ରୋଜେନରେ ଚାଲୁଥିବା ବେଳେ ଏଥିରୁ ଅକ୍ସିଜେନ୍‌ ନିର୍ଗତ ହେଉଛି। ଏମିତି ଏକ ଇଞ୍ଜିନ ତିଆରି କରିବାକୁ କୁମାରସ୍ବାମୀ ବହୁଦିନରୁ ସ୍ବପ୍ନ ଦେଖିଥିଲେ। ଏ ସମ୍ପର୍କରେ ସେ ନିଜ ଦେଶରେ ସହଯୋଗ ଲୋଡ଼ିଥିଲେ ମଧ୍ୟ ଭାରତରେ ତାଙ୍କୁ ସେପରି କିଛି ସହଯୋଗ ମିଳି ନ ଥିଲା। ସେ ଏ ନେଇ ଜାପାନ ସରକାରଙ୍କୁ ଅନୁରୋଧ କରିଥିଲେ। ସେଥିରେ ସଫଳ ହେବାପରେ ଏବେ ସେ ଏହି ଇଞ୍ଜିନକୁ ଖୁବ୍‌ଶୀଘ୍ର ଜାପାନରେ ଲଞ୍ଚ୍‌ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିବାରେ ଆନନ୍ଦ

ରୁକୁଳରେ ଶିକ୍ଷା ସମାପ୍ତ ପରେ ଶିକ୍ଷ୍ୟର ଜ୍ଞାନ ପରୀକ୍ଷା ନିମନ୍ତେ ଗୁରୁ ତାଙ୍କ ଶିଷ୍ୟକୁ ପ୍ରଶ୍ନ ପଚାରିଲେ; ୧ରେ ୧ ଯୁକ୍ତ କଲେ ଉତ୍ତର କ’ଣ...

ଓଡ଼ିଆ ଭାଷାର ଭବିଷ୍ୟତ

ଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ! ଏହି ଉକ୍ତିଟିକୁ ଅନୁଶୀଳନକଲେ ମାତୃଭାଷାର ଗୁରୁତ୍ୱ ବିଷୟରେ ଚିନ୍ତାକରିବାକୁ ପ୍ରତ୍ୟେକ ସଚେତନ ବ୍ୟକ୍ତି...

୧୧ ବର୍ଷର ଶାସନ ଅବଧି

ଫ୍ରାନ୍ସର ସମ୍ରାଟ ନେପୋଲିଅନ ଡିସେମ୍ବର ୧୮୦୪ରେ ସିଂହାସନ ଆରୋହଣ କରିଥିଲେ। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୧୮୧୫ରେ ଓ୍ବାଟରଲୁ ଯୁଦ୍ଧରେ ପରାସ୍ତ ହୋଇଥିଲେ। ଏହି...

ଏଇ ଭାରତରେ

ଟଙ୍କା ଏଭଳି ଏକ ଜିନିଷ ଯାହା ବେଳେବେଳେ ଭାଇ ଭାଇଙ୍କ ମଧ୍ୟରେ ସାଙ୍ଗ ମଧ୍ୟରେ ଏମିତି କି ବାପା ପୁଅ ମଧ୍ୟରେ ବି ଝଗଡ଼ା ସୃଷ୍ଟି...

ଗଛ ଅଛି ଫଟୋରେ, ଗଛ ନାହିଁ ମାଟିରେ

ପ୍ରତିବର୍ଷ କିଛି କିଛି ବୃକ୍ଷ ରୋପଣ କରି ଆମ ଅବକ୍ଷୟମୁଖୀ ପରିବେଶକୁ ସୁରକ୍ଷା କରିବା ନିହାତି ଆବଶ୍ୟକ। ପ୍ରତିବର୍ଷ ପାଳନ କରାଯାଉଥିବା ବନମହୋତ୍ସବର ଲକ୍ଷ୍ୟ ହେଲା...

ଏକ ଅନ୍ତର୍ମୁଖୀ ଜୀବନ

ଲଣ୍ଡନ ସହରର ପଶ୍ଚିମ ଦିଗରେ ପ୍ରାୟ ୨୨୫ କିଲୋମିଟର ଦୂରରେ ବନ୍ଦର-ନଗର ବ୍ରିଷ୍ଟଲ ଅବସ୍ଥିତ। ଏହି ସହରରେ ଅନେକ ବରପୁତ୍ର ଜନ୍ମ ହୋଇଛନ୍ତି। ବିଂଶ ଶତାବ୍ଦୀର...

ପାକିସ୍ତାନରେ ପୁଣି ଆତଙ୍କବାଦୀ

ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଇଆସୁଥିବା ପାକିସ୍ତାନ ଏବେ ଘୋର ବିପଦର ସମ୍ମୁଖୀନ ହୋଇଛି। ବେଲୁଚିସ୍ତାନ ପ୍ରଦେଶରେ ମାର୍ଚ୍ଚ ୧୧ରେ ବାଲୋଚ ଲିବରେଶନ ଆର୍ମି(ବିଏଲ୍‌ଏ) କ୍ୱେଟାରୁ ପେଶାଓ୍ବାର ଯାଉଥିବା...

ହ୍ବାଇଟ୍‌ ହାଉସ୍‌ର ଭାରତ ଆଭିମୁଖ୍ୟ

ଭାରତ ତା’ ପ୍ରତିରକ୍ଷା ସରଞ୍ଜାମ ଆମଦାନୀ କରିବାକୁ ୨୦୦୮ରୁ ଏଯାବତ୍‌ ୨୦ ବିଲିଅନ ଡଲାରରୁ ଊର୍ଦ୍ଧ୍ୱ ଚୁକ୍ତି କରିଥିବା ବେଳେ ଏବେ ବଜାର ବଦଳାଇ ଆମେରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image