ଏଇ ଭାରତରେ

ପାଞ୍ଚଶହ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଏ୍ୟତିହାସିକ ରାୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବା ପରେ ଦେଶରେ ଭାଇଚାରାର ଛବି ପଦାକୁ ଆସିଛି। ଶାନ୍ତିପୂଣ୍ଣର୍ର୍ ଭାବେ ଦୁଇ ସମ୍ପ୍ରଦାୟ ଏହାକୁ ଗ୍ରହଣ କରି ବିଶ୍ୱକୁ ଏକତାର ବାର୍ତ୍ତା ପ୍ରଦାନ କରିଥିବାବେଳେ ଜଣେ ମୁସଲମାନ ଛାତ୍ରନେତା ରାମମନ୍ଦିର ନିର୍ମାଣ ଲାଗି ଟଙ୍କା ଦାନ କରି ସର୍ବଧର୍ମ ସମନ୍ବୟର ବାର୍ତ୍ତାବହ ସାଜିଛନ୍ତି। ଆଗ୍ରାର ନ୍ୟାଶ୍‌ନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ଅଫ୍‌ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ)ର ଜିଲା ସଭାପତି ବିଲାଲ ଅହମଦ ରାମଜନ୍ମଭୂମି ସ୍ଥଳୀରେ ମନ୍ଦିର ନିର୍ମାଣ ପାଇଁ ୧,୧୦୦ ଟଙ୍କା ଦାନ କରିଛନ୍ତି। ସେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ଯାଦବଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏହି ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ମନ୍ଦିର ନିର୍ମାଣରେ ତାଙ୍କ ପକ୍ଷରୁ ଯଦି ଦୁଇଟି ଇଟା ଲାଗିପାରିବ ତେବେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି ବିଲାଲ୍‌। ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟା ମାମଲାରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଯୁଗାନ୍ତକାରୀ, ଆଉ ଏହି ପୁରାତନ ବିବାଦକୁ ନେଇ ନେତାମାନେ ଯେଭଳି ସମାଜରେ ବିଭ୍ରାଟ ସୃଷ୍ଟି କରୁଥିଲେ ତା’ର ଶେଷ ହୋଇଯାଇଛି ବୋଲି ସେ ଖୁସି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଆସାମର ଏକ ମୁସଲମାନ ଗୋଷ୍ଠୀ ୫ ହଜାର ଟଙ୍କା ରାମମନ୍ଦିର ନିର୍ମାଣ ପାଇଁ ଦାନ କରିବେ ବୋଲି ଘୋଷଣା କରିଥିଲେ।