ଏଇ ଭାରତରେ

ସ୍ବଚ୍ଛତା ଅଭିଯାନ ଦେଶରେ ଲାଗୁ ହେବା ପୂର୍ବରୁ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନିଜ ଗାଁକୁ ସଫା କରୁଛନ୍ତି। ବିହାରର ନଭାଦା ଜିଲା ବାରିସଲିଗଞ୍ଜ ପଞ୍ଚାୟତ ଅନ୍ତର୍ଗତ ସାମ୍ବେ ନିବାସୀ କିଶୋରୀ ସିଂ ଏଭଳି କାର୍ଯ୍ୟରେ ନିଜକୁ ସମର୍ପିତ କରିଦେଇଛନ୍ତି। ସ୍ବଚ୍ଛତାର ସିପାହି କିଶୋରୀଙ୍କୁ ବର୍ତ୍ତମାନ ବୟସ ୬୮ ବର୍ଷ। ସେ ୫୧ ବର୍ଷ ହେବ ଏହି କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ତାଙ୍କୁ ସାଂସାରିକ ଜୀବନରେ ବହୁ ଘାତ ପ୍ରତିଘାତର ସାମ୍‌ନା କରିବାକୁ ପଡିଛି। ଏହି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ତାଙ୍କର ଦୁଇ ପନତ୍ୀ ବି ଛାଡି ଚାଲିଯାଇଛନ୍ତି। ଅନେକେ ବି ତାଙ୍କୁ ପାଗଳ ବୋଲି କୁହନ୍ତି। ତଥାପି ତାଙ୍କର ଏଭଳି କାର୍ଯ୍ୟରେ କିଛି ଫରକ ପଡିନି। ନିୟମିତ ସକାଳୁ ଉଠି ଝାଡୁ ଧରି ସଫା କରିବା ପାଇଁ ବାହାରିଯାଆନ୍ତି। ତାଙ୍କ ପ୍ରଥମ ବାହାଘର ସମୟରେ ଆୟୋଜିତ ଭୋଜି ପରେ ସବୁଆଡେ ଅପରିଷ୍କାର ହୋଇଯିବା ପରେ ସେ ନିଝେ ଝାଡୁ ଧରି ତାହାକୁ ନିଜେ ସଫା କରିଥିଲେ ଓ ପରେ ନିତିଦିନିଆ କାର୍ଯ୍ୟରେ ତାହା ପରିଣତ ହୋଇଗଲା। ଏହାପରେ ସେ ପୂରା ଗାଁ ସଫା କରିବାରେ ଲାଗିଗଲେ। କିଶୋରୀ ଭୋର୍‌ ୪ଟାରୁ ଉଠି ଝାଡୁ ଓ ଟୋକେଇ ଧରି ବାହାରିଯାନ୍ତି। ଅପରାହ୍ଣ ୪ଟା ଯାଏ ଚାଲେ ତାଙ୍କର ଏହି ସଫେଇ କାର୍ଯ୍ୟ। ଗାଁର ସବୁ ଗଳିକନ୍ଦି ସଫା କରନ୍ତି। କେହି କେହି ତାଙ୍କୁ ଚା’ ଦିଅନ୍ତ ଓ ତାହକୁ ପିଇ ସେ ପୁଣି ସଫା କରନ୍ତି। ସଫେଇ କାର୍ଯ୍ୟ ଶେଷ କରି ଘରେ ପହଞ୍ଚି ସ୍ନାନକରି ରୋଷେଇ କରିବା ପରେ ଖାଆନ୍ତି କିଶୋରୀ। ସପ୍ତାହରେ ଗୋଟିଏ ଦିନ ମନ୍ଦିର ଓ ସ୍କୁଲ ମଧ୍ୟ ସଫା କରନ୍ତି। ସାମ୍ପ୍ରତିକ ସମୟରେ ଗୁରୁତ୍ୱ ବହନ କରୁଥିବା ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି।