ଏଇ ଭାରତରେ

ସମାଜରେ ଅନେକେ ଅଛନ୍ତି ଯେଉଁମାନଙ୍କ ଉଦ୍ୟମ କେବଳ ଭଲ କାର୍ଯ୍ୟ ଲାଗି ଅଭିପ୍ରେତ। ଏମାନଙ୍କ ମଧ୍ୟରୁ ଛତିଶଗଡ଼ର ଶ୍ରଦ୍ଧା ସାହୁ ଜଣେ। ପରିବେଶକୁ ପ୍ରଦୂଷଣ ପ୍ରକୋପରୁ ରକ୍ଷା କରିବା ପାଇଁ ତଥା ସଚେତନତା ଆଣିବାରେ ଭିଲାଇର ଉମରପଟିର ଶ୍ରଦ୍ଧା ଏକ ଅଭିନବ ପ୍ରୟାସ କରିଛନ୍ତି। ଥରେ ଉପଯୋଗ ହେଉଥିତ୍ବା ପ୍ଲାଷ୍ଟିକ୍‌ ଗ୍ଲାସ, ପ୍ଲେଟ୍‌ ବ୍ୟବହାର ବନ୍ଦ କରିବା ଲାଗି ସେ ବାସନକୁସନ ବ୍ୟାଙ୍କ କରିଛନ୍ତି। ଏହି ବ୍ୟାଙ୍କରୁ ଥାଳି, ଗିନା. ଚାମଚ, ଗ୍ଲାସ୍‌ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ଦେଉଛନ୍ତି। ଏଥିପାଇଁ କିଛି ଦେୟ ନେଉନାହାନ୍ତି। କିନ୍ତୁ ବ୍ୟବହାର କରିବା ପରେ ତାହାକୁ ସଫା କରି ପୁଣି ଫେରାଇ ଦେବା ଲାଗି ଶ୍ରଦ୍ଧା ଏକ ସର୍ତ୍ତ ରଖିଛନ୍ତି। ସେ ତାଙ୍କ ପକେଟ ମନି ସଞ୍ଜୟ କରି ବ୍ୟାଙ୍କ ଲାଗି ଏହି ବାସନ କିଣିଛନ୍ତି। ୧୦୦ଟି ଥାଳିରେ ଏହି ବ୍ୟାଙ୍କ ଆରମ୍ଭ କରିଥିଲେ। ଏବେ ସେ ୫ ଶହରୁ ଅଧିକ ଥାଳି, ଗ୍ଲାସ୍‌ ଓ ଗିନା କିଣି ସାରିଲେଣି। ଏହି ବ୍ୟାଙ୍କର ଚାହିଦା ବଢିଯିବାରୁ ଏବେ ସେ ଅଧିକ ବାସନ ଟେଣ୍ଟ୍‌ ହାଉସରୁ ଆଣି ଲୋକଙ୍କୁ ଯୋଗାଇ ଦେଉଛନ୍ତି। ବିଭିନ୍ନ ଧାର୍ମିକ, ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟରେ ତାଙ୍କ ବାସନ ବି ଉପଯୋଗ ହେଉଛି। ୪ଟି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରଦ୍ଧାଙ୍କ ଏହି ବାସନବ୍ୟାଙ୍କରୁ ବାସନ ରେଲଓ୍ବେ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଉପଯୋଗ ହେଉଛି। ପରିବେଶ ପ୍ରଦୂଷଣ ରୋକିବାରେ ଶ୍ରଦ୍ଧାଙ୍କର ଏହି ନିଆରା ଉପାୟ ଢେର ଲୋକପ୍ରିୟତା ହାସଲ କରିପାରିଛି।