ଏଇ ଭାରତରେ

ଛତିଶଗଡ଼ ଭିଲାଇର ବୋରିଥାନାର ପୋଲିସ କର୍ମଚାରୀମାନେ ଗୋଟିଏ ଗୁଳିରେ ଦୁଇଟି ଶିକାର କଲାଭଳି କାର୍ଯ୍ୟକରି ଚର୍ଚ୍ଚାରେ ରହିଛନ୍ତି। ପଡିଆ ଜମିରେ ଫଳଗଛ ଲଗାଇ ଜବରଦଖଲକୁ ରୋକିବା ସହ ପରିବେଶ ସୁରକ୍ଷା କରୁଛନ୍ତି। ଗଁା ଲୋକମାନେ ବି ଏହି ଗଛରୁ ଫଳ ଖାଉଛନ୍ତି। ବୋରିଥାନାରେ ମୋଟ ୧୭ କର୍ମଚାରୀ ଅଛନ୍ତି। ଥାନାର ଅଢେଇ ଏକର ଜମିକୁ ଗ୍ରାମବାସୀ ଜବରଦଖଲ ନ କରିବା ଲାଗି ଏହି ଯୋଜନା କରାଯାଇଛି। ଅଢେଇ ଏକରରେ ଅଢେଇଶହ ଫଳଗଛ ଲଗାଯାଇଛି। ଗଛଗୁଡିକ ଚାରିପଟେ ପୋଲିସ ନିଜ ଖର୍ଚ୍ଚରେ ତାରବାଡ଼ ଲଗାଇଛି। ଜମିରେ ଆମ୍ବ, ପଣସ, କାଜୁ, ଜାମୁ, ବାଦାମ, ଅଁଳା, ପିଜୁଳି, ଲିଚୁ ଆଦି ଗଛ ଲଗାଯାଇଛି। ଆମ୍ବ ଓ ଜାମୁ ଦୁଇବର୍ଷ ହେବ ଫଳିଲାଣି। ଆଉ କିଛି ଗଛ ବି ଏହିବର୍ଷ ଫଳ ଦେବା ଆରମ୍ଭ କରିଛି। ନୀଳଗିରି, କରଞ୍ଜ, ଅଶୋକ ଓ ତାଳଗଛ ବାହାର ରାଜ୍ୟରୁ ଅଣାଯାଇ ଲଗାଯାଇଛି। ଏହି ବଗିଚାକୁ ବଜ୍ରପାତରୁ ରକ୍ଷାକରିବା ଲାଗି ନିମ୍ବଗଛ ଲଗାଯାଇଛି। ଏମାନେ କିଛି ଜମିରେ ଗେଣ୍ଡୁଫୁଲ ଚାଷ ମଧ୍ୟ କରିଛନ୍ତି । ଏବେ ପ୍ରତିଦିନ ଏଥିରୁ ୧୦ କିଲୋ ଫୁଲ ବାହାରୁଛି ଓ ଏହାକୁ ବିକ୍ରି କରିବାକୁ ଯୋଜନା କରାଯାଇଛି। ପୋଲିସଙ୍କ ସହ ଗ୍ରାମବାସୀ ବି ବଗିଚାର ଜଗାରଖା କରୁଛନ୍ତି।