ଏଇ ଭାରତରେ

କନ୍ୟା ହେବା ପାଇଁ ଫର୍ମ ଭରିବାକୁ ପଡୁଛି। ଏହାପରେ କନ୍ୟାଙ୍କୁ ମିଳିଯାଉଛି ପିତା ଓ ପିତାଙ୍କୁ ମିଳୁଛି କନ୍ୟା। ଯେଉଁ କନ୍ୟାମାନଙ୍କର ପିତା ନାହାନ୍ତି ସେମାନଙ୍କୁ କନ୍ୟା ଭାବେ ଗ୍ରହଣ କରୁଛନ୍ତି ମହେଶଭାଇ ସବାଣୀ। ସେ କନ୍ୟାଙ୍କ ପଢାଖର୍ଚ୍ଚ ବହନ କରୁଛନ୍ତି, ପୁଣି ସାମୂହିକ ବିବାହର ଆୟୋଜନ କରି କନ୍ୟାଦାନ କରୁଛନ୍ତି। ସେ ଏବେ ୧୩୫ ଜଣ କନ୍ୟାଙ୍କର ସାମୂହିକ ବିବାହ କରାଇଛନ୍ତି। ବିବାହ ଆରମ୍ଭରେ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ମୋବାଇଲ ଲାଇଟ୍‌ରେ କନ୍ୟାମାନଙ୍କୁ ଆରତି କରିଥିଲେ। କନ୍ୟାମାନେ ବିବାହର ପୂର୍ବଦିନ ସେବକ ଭାବେ ସମାଜସେବା କରିଥିଲେ। ବହୁ ମଣ୍ଡପରେ ଆୟୋଜିତ ଏହି ବିବାହରେ ବିଭିନ୍ନ ରାଜ୍ୟର କନ୍ୟାମାନେ ସାମିଲ ହୋଇଥିଲେ। ଜାତିପ୍ରଥା ଦୂର କରିବା ଲାଗି ଏଭଳି ବିବାହର ଆୟୋଜନ କରାଯାଉଛି। ସମସ୍ତେ ଜାତି ନ ଲେଖି ଭାରତୀୟ ଲେଖିଲେ ଭାରତରୁ ଜାତିଭେଦ ଦୂର ହୋଇଯିବ ବୋଲି କୁହନ୍ତି ମହେଶଭାଇ। କେବଳ ଏତିକି ନୁହେଁ ବିବାହିତ କନ୍ୟାଙ୍କ ମଧ୍ୟରୁ ଲକି ଡ୍ର ମାଧ୍ୟମରେ ଚୟନ କରି ୧୦ଟି ଦମ୍ପତିଙ୍କୁ ସିଙ୍ଗାପୁର ଓ ମାଲେସିୟା ଟୁରରେ ପଠାଯାଉଛିି। ପ୍ରଥମେ ମହେଶଭାଇ ୧୨୫ରୁ ୧୫୦ ଜଣଙ୍କ ବାହାଘର କରୁଥିଲେ। ପରେ ମୋଲାନିଆ ପରିବାରର ସହଯୋଗ ମିଳିବାରୁ ସେ ୨୩୧ ଜଣ କନ୍ୟାଙ୍କ ବିବାହ କରାଇପାରିଛନ୍ତି।