ଏଇ ଭାରତରେ

ଭାରତରେ ବିଭିନ୍ନ ଖାଦ୍ୟ ଅବଶେଷକୁ ଉପଯୋଗ କରି ପଶୁଖାଦ୍ୟ ତିଆରି କରିବାରେ ରାଜସ୍ଥାନସ୍ଥିତ ଯୋଧପୁରର କେତେଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ମିଳିଛି ଭିନ୍ନ ପରିଚୟ । ପଶୁଖାଦ୍ୟ ପ୍ରସ୍ତୁତ କରିବା ଲାଗି ଏମାନେ ବଜାର ଓ ଘରୁ ସବୁ ପ୍ରକାର ପନିପରିବା ଏବଂ ଫଳର ଅବଶେଷ ସଂଗ୍ରହ କରୁଛନ୍ତି। ଇଞ୍ଜିନିୟରିଂ ଛାତ୍ରମାନେ ଏକ ଷ୍ଟର୍ଟଅପ୍‌ ପ୍ରତିଷ୍ଠା କରି ୪ ବର୍ଷ ହେବ ଉଦ୍ୟମ ଚଳାଇବା ପରେ ଏହି ସଫଳତା ପାଇଛନ୍ତି। କୃଷି ଓ ପଶୁପାଳନ କରୁଥିତ୍ବା ଲୋକମାନଙ୍କୁ ସାହାଯ୍ୟ କରିବା ସହ ଗ୍ରାମାଞ୍ଚଳରେ ସ୍ବରୋଜଗାର ସୃଷ୍ଟି କରିବା ସେମାନଙ୍କ ଲକ୍ଷ୍ୟ। ରାଜସ୍ଥାନରେ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ପଶୁଖାଦ୍ୟର ଚାହିଦା ଏବେ ବଢିଯାଇଛି। ଉକ୍ତ ଖାଦ୍ୟ ଖାଇବା ଦ୍ୱାରା ପଶୁ ରୋଗଗ୍ରସ୍ତ ହେବାର ଆଶଙ୍କା କମ୍‌ ରହିବା ସହ ଚିକିତ୍ସା ଖର୍ଚ୍ଚ ୭୦ ଭାଗ କମିଯିବ ଓ ଦୁଗ୍ଧ ଉପତ୍ାଦନ ୨୫ ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହନ୍ତି କମ୍ପାନୀର ସିଇଓ ନିଖିଲ ବୋହରା। ଏମାନେ ଏବେ ରାଜସ୍ଥାନ ବ୍ୟତୀତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ନାଟକରେ କମ୍ପାନୀର କେନ୍ଦ୍ର ଖୋଲିବାକୁ ଯୋଜନା କରିଛନ୍ତି।