ଏଇ ଭାରତରେ

ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାର ଶିକ୍ଷକ ଅଜୟ ସାହୁ ଏକ ଗ୍ରାମୀଣ ସ୍କୁଲ୍‌ର ପରିବେଶକୁ ବଦଳାଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୬-୧୭ ଶିକ୍ଷା ବର୍ଷରେ ଅଜୟ ସିରାଥୁ ତହସିଲର ସୋରାଇ ବୁଜୁର୍ଗ ଗାଁର ପ୍ରାଥମିକ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ସ୍କୁଲ୍‌ର ବିକାଶ ପାଇର୍ଁ ସେ ନିଜ ଦରମାର ୧୦ ପ୍ରତିଶତ ଓ ସେନାରେ କାର୍ଯ୍ୟରତ ତାଙ୍କ ତିନିଭାଇଙ୍କ ୧୦ ଲକ୍ଷ ଟଙ୍କାର ଅନୁଦାନ ଖଚ୍ଚର୍ର୍କରି ସ୍କୁଲ୍‌ର ଛବି ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଅଜୟଙ୍କ ତିନି ଭାଇ ଅନିଲ,ଅରୁଣ ଓ ଅକ୍ଷୟ ଏହି ସ୍କୁଲ୍‌ରେ ଶିକ୍ଷା ଲାଭ କରିଥିଲେ। ଅଜୟଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସ୍କୁଲ୍‌ର ଆଉ ତିନିଜଣ ସହକାରୀ ଶିକ୍ଷକ ସେମାନଙ୍କ ଦରମାରୁ ୫ ପ୍ରତିଶତ ସ୍କୁଲ୍‌ର ବିକାଶ ପାଇଁ ବ୍ୟୟ କରୁଛନ୍ତି। ଏବେ ସ୍କୁଲ୍‌ରେ ପିଲା ବସିବା ପାଇଁ ଚେୟାର ଟେବୁଲ,ସ୍ବଚ୍ଛ ପାନୀୟ ଜଳ,ଟଏଲେଟ,ଖେଳନା,ବାଦ୍ୟଯନ୍ତ୍ର, ସାଉଣ୍ଡ ସିଷ୍ଟମ୍‌,ପଢିବା ଲାଗି ପ୍ରୋଜେକ୍ଟର, କମ୍ପ୍ୟୁଟର ଓ ଲାପ୍‌ଟପ୍‌ ଉପଲବ୍ଧ ହେଉଛି। ସପ୍ତାହରେ କେବଳ ୪ଦିନ ପିଲାଙ୍କୁ ବହି ପଢ଼ାଯାଉଛି ଓ ତା’ପରେ ଅନ୍ୟଦିନ ସେହି ବିଷୟକୁ ପ୍ରୋଜେକ୍ଟର ମାଧ୍ୟମରେ ସେମାନଙ୍କୁ ଦେଖାଇ ବୁଝାଯାଉଛି। ଆସନ୍ତା ଦିନ ସ୍କୁଲ୍‌ରେ କେଉଁ ବିଷୟ ପଢ଼ାହେବ ସେ ବିଷୟରେ ପିଲାମାନଙ୍କୁ ଜଣାଇ ଦିଆଯାଏ। ସ୍କୁଲ୍‌ର ନିଜସ୍ବ ଲାଇବ୍ରେରି ମଧ୍ୟ ରହିଛି। ସ୍କୁଲ୍‌ ପରିବେଶ ବଦଳିବା ପରେ ପିଲାଙ୍କ ସଂଖ୍ୟା ଏବେ ୪୬୭ରେ ପହଞ୍ଚିଛି।