ଏଇ ଭାରତରେ

ବେଙ୍ଗାଲୁରୁର କେତେଜଣ ଯୁବକଙ୍କ ସେବା ମନୋଭାବ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ୨୨ ବର୍ଷୀୟ ଆଣ୍ଡ୍ରିିୟୁ ବାପଟିଷ୍ଟ୍‌ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଦୀର୍ଘ ୪ ବର୍ଷ ହେବ ଅସହାୟ ଲୋକମାନଙ୍କୁ କମ୍ବଳ ବାଣ୍ଟୁଛନ୍ତି। ଆଣ୍ଡ୍ରିୟୁ ୨୦୧୬ରେ ବେଙ୍ଗାଲୁରୁର ସେଣ୍ଟ୍‌ ଷ୍ଟିଫେନ୍ସ ପିୟୁ କଲେଜ, ମାଉଣ୍ଟ କାର୍ମେ କଲେଜ, କେଆଇଏମ୍‌ଏସ୍‌, ସେଣ୍ଟ ଜୋସେଫ କଲେଜ ଅଫ୍‌ କମର୍ସର ଛାତ୍ରସଂଘ ସହ ଆଲୋଚନା କରିବା ପରେ ଏଭଳି ସେବା ଆରମ୍ଭ କରିଥିଲେ। ପରେ ଏହି କଲେଜଗୁଡିକରେ ଏ ସମ୍ପର୍କରେ ଘୋଷଣା କରାଯିବା ପରେ କମ୍ବଳ ସଂଗ୍ରହ ଆରମ୍ଭ ହୋଇଥିଲା ଓ ଏହାକୁ ବାଣ୍ଟାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଶୀତଦିନେ ସେମାନେ ଏହି ଅଭିଯାନରେ ୧୨ ଶହ କମ୍ବଳ ବାଣ୍ଟି ସାରିଛନ୍ତିି। ଡିସେମ୍ବର ୨୦୧୯ରୁ ପୁଣି ତାଙ୍କ ଅଭିଯାନ ଆରମ୍ଭ କରି ଏବେ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ୱ କମ୍ବଳ ବାଣ୍ଟିିଛନ୍ତି। ଏବେ ଲୋକମାନେ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି। ସେମାନେ ଆଣ୍ଡ୍ରିୟୁଙ୍କ ଟିମ୍‌କୁ ଡାକି କମ୍ବଳ ଦାନ କରୁଛନ୍ତି। ସେ ସୋସିଆଲ ମିଡିଆରେ ‘ଶେୟାର ଏ ବ୍ଲାଙ୍କେଟ୍‌ କ୍ୟାମ୍ପେନ୍‌’ ଆରମ୍ଭ କରିଛନ୍ତି। ଏଥିରେ ଅଧିକରୁ ଅଧିକ ଯୁବକ ସାମିଲ ହୋଇ ନିଜ ଖର୍ଚ୍ଚରେ ଲୋକମାନଙ୍କ ଘରକୁ ଯାଇ କମ୍ବଳ ସଂଗ୍ରହ କରୁଛନ୍ତି। ପ୍ରତିବର୍ଷ ଆଣ୍ଡ୍ରିୟୁଙ୍କ ଟିମ୍‌ ଶୀତଦିନେ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନ କିମ୍ବା ବସ୍‌ଷ୍ଟାଣ୍ଡ ନିକଟରେ ରହୁଥିବା ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ କମ୍ବଳ ଦାନ କରୁଛନ୍ତି।