ଏଇ ଭାରତରେ

ପାଣି ନଷ୍ଟ କଲେ ଦେବାକୁ ପଡିବ ଜରିମାନା। ଗୁଜରାଟର ଗାନ୍ଧୀନଗର ନିକଟବର୍ତ୍ତୀ ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫୦୦ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା ଦେଇଥିବାରୁ ଏମିତି କଡ଼ାକଡ଼ି ନିୟମ ଲାଗୁ କରାଯାଇଛି। କେବଳ ସେତିକି ନୁହେଁ କୌଣସି ବ୍ୟକ୍ତି ୩ ଥର ପାଣି ନଷ୍ଟ କଲେ ତାଙ୍କର ପାଣି କନେକସନ୍‌ କାଟି ଦିଆଯିବ ବୋଲି ଜଳଯୋଗାଣ ସମିତିର ମୁଖ୍ୟ ଲଖନ ରାଜଗୋର ସୂଚନା ଦେଇଛନ୍ତି। ଦାହୋଦରେ ପାଣିର ଅଭାବ ଦେଖାଦେଇଛି। ଏଠାରେ ଜଳାଭାବ ଦୂର କରୁଥିବା କାଡାଣା ବନ୍ଧ ଓ ପାଟା ଡୁଙ୍ଗରି ନଗରର ଜଳସ୍ତର ବହୁ ନିମ୍ନକୁ ଚାଲିଯାଇଛି। ତେଣୁ ଏଠାରେ ଦିନେ ଛାଡି ଦିନେ ଲୋକଙ୍କୁ ଜଳ ଯୋଗାଣ କରାଯାଉଛି। ସେଥିପାଇଁ ପାଣି ବଞ୍ଚାଇବାକୁ ଯାଇ ଏଭଳି ନିୟମ କରାଯାଇଛି। ଏହି ଚେତାବନୀ ପରେ କୌଣସି ଉପଭୋକ୍ତା ପାଣି ନଷ୍ଟ କରୁଥିବାର ୨-୩ ଥର ଧରାପଡ଼ିଲେ ଜରିମାନା ସହ ବିନା ନୋଟିସରେ ତାଙ୍କ ପାଣି ସଂଯୋଗ କାଟି ଦିଆଯିବ ବୋଲି ସୂଚନା ଦିଆଯାଇଛି।