ଏଇ ଭାରତରେ

ସମାଜସେବାର ଇଚ୍ଛାଶକ୍ତି ଆଗରେ ରୋଜଗାର ମୋହ କିଛି ନୁହେଁ ବୋଲି ପ୍ରମାଣ କରିଛନ୍ତି ଝାଡ଼ଖଣ୍ଡର ଦମ୍ପତି। ସେମାନେ ଚାକିରି ଛାଡି ଆଦିବାସୀ ଅଞ୍ଚଳରେ ଲୋକମାନଙ୍କ ସେବାରେ ଲାଗିଛନ୍ତି। ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ଅନୁରାଗ ଓ ଶିଖା ଜୈନ କର୍ପୋରେଟ ସେକ୍ଟରରୁ ଚାକିରି ଛାଡ଼ି ଗ୍ରାମାଞ୍ଚଳରେ କୃଷକ ଓ ମହିଳାଙ୍କୁ ସଶକ୍ତ କରୁଛନ୍ତି। ୨୦୦୬ରେ ସେମାନେ ନ୍ୟୁ ଏଜୁକେଶନ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟାଲ ଭିଜନ(ଏନଇଇଭି) ପ୍ରତିଷ୍ଠା କରି ଝାଡ଼ଖଣ୍ଡର ଏକ ଆଦିବାସୀ ଗାଁରେ କୃଷକ ଓ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ପଢରେ ସେମାନେ ୪ ବର୍ଷ ମଧ୍ୟରେ ବିଭିନ୍ନ ସଂସ୍ଥା ସହଯୋଗରେ ରାଜ୍ୟରେ ୪ଟି ଶିକ୍ଷାନୁଷ୍ଠାନ,ଗୋଟିଏ ଟିବି ଓ ଗୋଟିଏ କୁଷ୍ଠରୋଗ କେନ୍ଦ୍ର ଖୋଲି ପାରିଛନ୍ତି। ଏହା ବ୍ୟତୀତ ଏହି ଦମ୍ପତି ଝାଡ଼ଖଣ୍ଡର ଅନେକ ସ୍ଥାନରେ ହେଲ୍‌ଥ କ୍ୟାମ୍ପ ଆୟୋଜନ କରି ପାଖାପାଖି ୫୦୦ ଜଣ ଟିବି ଓ କୁଷ୍ଠରୋଗୀଙ୍କୁ ଚିହ୍ନଟ କରି ବିଭିନ୍ନ ହସ୍ପିଟାଲ ସହଯୋଗରେ ସେମାନଙ୍କୁ ମାଗଣାରେ ଓ୍ୟଷଧ ଯୋଗାଇ ଦେଉଛନ୍ତି। ଗ୍ରାମାଞ୍ଚଳରେ ସେମାନେ ୬୦୦ କୃଷକଙ୍କୁ ଚାଷ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ମାଧ୍ୟମରେ କୃଷି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛନ୍ତି।