ଏଇ ଭାରତରେ

ଭଲ ଚାକିରି ଓ ଭଲ ଜାଗାରେ ବାହା ହୋଇ ଘରସଂସାର କରିବା ଲାଗି ସ୍ବପ୍ନ ଦେଖନ୍ତି ଯୁବପିଢି। କିନ୍ତୁ ସ୍ବାଧୀନତା ପ୍ରାପ୍ତିର ଦୀର୍ଘବର୍ଷ ପରେ ମଧ୍ୟ ରାସ୍ତା ଓ ପାଣି ଅଭାବରୁ ଏମାନେ ଅବିବାହିତ ରହିବା କଥା ବିଶ୍ୱାସ ହେଉ ନ ଥିତ୍ଲେ ବି ସତ। ମଧ୍ୟପ୍ରଦେଶର ସନଚିରାୟା ଅଭୟାରଣ୍ୟରେ ଥିବା ୨୪ଟି ଗାଁରେ ଘଟୁଛି ଏମିତି ଘଟଣା। ଏହି ସବୁ ଗାଁର ଯୁବଗୋଷ୍ଠୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବାହା ହୋଇପାରିନାହାନ୍ତି। ଗତବର୍ଷ ସୁଦ୍ଧା ଅବିବାହିତ ୬୯୦ ଜଣ ମଧ୍ୟରୁ ୪୦ରୁ ଊର୍ଦ୍ଧ୍ୱ ବୟସର ଥିଲେ ୪୦୦ ଜଣ। ପାଣି ଅଭାବରୁ ଖରାଦିନେ ଏଠାକାର ଗ୍ରାମବାସୀ ଗାଁ ଛାଡି ବାହାରକୁ ଚାଲିଯାଆନ୍ତି। ଜଙ୍ଗଲିଆ ରାସ୍ତା ଏତେ ଖରାପ ଯେ, କେବଳ ମୋଟରସାଇକେଲ ଓ ସ୍କୁଟର ହିଁ ଯାଇହୁଏ। ଏଭଳି ସମସ୍ୟାରେ ଗାଁର ଝିଅପୁଅଙ୍କୁ କାହିଁକିବା କିଏ ବାହାହେବ? ଏବେ ୩୪ କିମି ଲମ୍ବ ସଡକ ଛାଓ୍ବନିରୁ ଘାଟିଗାଁ ଯାଏ ନିର୍ମାଣ କରାଯାଉଛି। ପ୍ରତି ଗାଁରେ ଟ୍ୟୁବଓ୍ବେଲ ମଧ୍ୟ ବସାଯାଇଛି। ଏଣିକି ଗାଁଗୁଡିକରେ ସାହାନାଇ ବାଜିବ। ସେମାନଙ୍କ ପାଇଁ ଏହାଠାରୁ ବଡ଼ କଥା ଆଉ କ’ଣ ବା ଥାଇପାରେ!