ଏଇ ଭାରତରେ

କେତେକ ବ୍ୟକ୍ତି ବିଶ୍ୱର କଲ୍ୟାଣସାଧନ ଲାଗି ଅକ୍ଳାନ୍ତ ପରିଶ୍ରମ ଓ ଅନେକ କଷ୍ଟ ସ୍ବୀକାର କରନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ୟାରେଲାଲ୍‌। ସେ ବିଶ୍ୱକଲ୍ୟାଣ ପାଇଁ ବଦ୍ରିନାଥ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା କରୁଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବାସିନ୍ଦା ପ୍ୟାରେଲାଲ୍‌ ପ୍ରଜାପତି ବଦ୍ରିନାଥ ଯାତ୍ରା କରି ସେଠାରେ ବିଶ୍ୱକଲ୍ୟାଣ ପାଇଁ କାମନା କରିବେ। ସେ ଦୀର୍ଘପଥ ଯାତ୍ରାକରି ଇତିମଧ୍ୟରେ ଉତ୍ତରାଖଣ୍ଡର ଚାମୋଲିରେ ପହଞ୍ଚତ୍ଛନ୍ତି। ପ୍ୟାରେଲାଲ୍‌ ତାଙ୍କ ସ୍ତ୍ରୀ ଓ ଅନ୍ୟ ୩ ସାଥୀଙ୍କ ସହିତ ଇନ୍ଦ୍ରପ୍ରୟାଗରେ ପହଞ୍ଚତ୍ ଅଳକାନନ୍ଦା ନଦୀରେ ସ୍ନାନକରି ପୁଣି ଯାତ୍ରା ଆରମ୍ଭ କରିଛନ୍ତି। ୨୦୧୮ ସେପ୍ଟେମ୍ବର ୨୧ରୁ ସେ ଭୋପାଳରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୧୬୦୦ କିଲୋମିଟର ଦଣ୍ଡବତ ଯାତ୍ରା କରି ୫ଶହରୁ ଅଧିକ ତୀର୍ଥସ୍ଥାନ ଭ୍ରମଣ କରିସାରିଲେଣି। ମେ ୧୦ରେ ସେ ବଦ୍ରିନାଥରେ ପହଞ୍ଚତ୍ ପ୍ରଭୁଙ୍କ ଦର୍ଶନ କରିବା ସହିତ ବିଶ୍ୱକଲ୍ୟାଣ ପାଇଁ ପ୍ରାର୍ଥନା କରିବେ। ବାସ୍ତବରେ ପ୍ୟାରେଲାଲ୍‌ଙ୍କ ଭଳି ବିଶ୍ୱ କଲ୍ୟାଣକାମୀ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ଆଦର୍ଶ ନିଶ୍ଚୟ।