ଏଇ ଭାରତରେ

ମାନବିକତା ଏକ ଶବ୍ଦ, କିନ୍ତୁ ଏହାର ଗଭୀରତା ଏତେ ଅଧିକ ଯେ ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରେନା। ଏଭଳି ମାନବିକତାର ଛବି ଦେଖିତ୍ବାକୁ ମିଳିଛି ପଞ୍ଜାବର ମାଲେରକୋଟ୍‌ଲାରେ। ଏହି ସହରର ପୁରୁଣା କିଲ୍ଲା ବସ୍ତିର ଜଣେ ଶିଖ୍‌ ମହିଳାଙ୍କ ମୃତ୍ୟୁ ହେବା ପରେ ମୁସଲମାନ୍‌ମାନେ ଅନ୍ତିମ ସଂସ୍କାର କରି ମାନବିକତା ତଥା ଭାଇଚାରାର ପରିଚୟ ଦେଇଛନ୍ତି। ଏହି କାର୍ଯ୍ୟରେ କେତେ ଜଣ ଶିଖ୍‌ ମଧ୍ୟ ସହଯୋଗ କରିଛନ୍ତି। ବସ୍ତିରେ ଝୁମ୍ଫୁଡି ଘରେ ରହୁଥିବା ୫୯ ବର୍ଷୀୟା ଦବିନ୍ଦରଜିତ୍‌ କୌରଙ୍କର ମାଲେରକୋଟଲାର ଶ୍ମଶାନଘାଟରେ ଅନ୍ତିମ ସଂସ୍କାର କରାଯାଇଛି। ଦବିନ୍ଦରଜିତ୍‌ ବସ୍ତିରେ ରାଣୀ ଆଣ୍ଟି ନାମରେ ପରିଚିତ ଥିଲେ। ଅମରଗଡ ନିକଟସ୍ଥ ଏକ ଗାଁରେ ତାଙ୍କ ଘର। ସେଠାରେ ତାଙ୍କ ସ୍ବାମୀ, ଝିଅ ଓ ପୁଅ ରହୁଥିତ୍ଲେ ବି ରାଣୀ ବସ୍ତିରେ ରହି ମଜୁରି ଲାଗି ପେଟ ପୋଷୁଥିଲେ। ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ସେମାନେ ରାଜି ହୋଇ ନ ଥିଲେ। ତେବେ ରାଣୀଙ୍କ ଅନ୍ତିମ ସଂସ୍କାର ପରେ ଗୁରୁଦ୍ୱାର ସାହିବରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପୂଜାପାଠ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।