ଏଇ ଭାରତରେ

ଭାରତରେ ବହୁ ସମୟରେ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଉଠୁଛି। ଖାସ୍‌ କରି କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଚର୍ଚ୍ଚା ବଳବତ୍ତର ରହିଥିବାବେଳେ କୋଏମ୍ବାଟୁରସ୍ଥିତ ମା’ ଲିଙ୍ଗଭୈରବୀ ମନ୍ଦିରରେ ଏକ ଅଜବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମାସିକ ଧର୍ମକୁ ଏବେ ସୁଦ୍ଧା ହିନ୍ଦୁଧର୍ମରେ ଅପବିତ୍ର ମନେକରାଯାଉଛି। ମନ୍ଦିର ପ୍ରବେଶ ତ’ ଦୂର କଥା, ଏହି ସମୟରେ ପବିତ୍ର ଧର୍ମଗ୍ରନ୍ଥ ବି ଛୁଇଁବାକୁ ମହିଳାମାନଙ୍କୁ ବାରଣ କରାଯାଏ। କିନ୍ତୁ ମାସିକଧର୍ମ ସମୟରେ ମହିଳାଙ୍କୁ ପ୍ରବେଶ ଅନୁମତି ଦେଇ ମା’ ଲିଙ୍ଗଭୈରବୀ ମନ୍ଦିର ଏକ ସକାରାମତ୍କ ବାର୍ତ୍ତା ଦେଇଛି। କେବଳ ଏତିକି ନୁହେଁ ମହିଳାମାନେ ମା’ ଲିଙ୍ଗଭୈରବୀଙ୍କୁ ପୂଜାକରିବା ଲାଗି ଗର୍ଭଗୃହଯାଏ ବି ଯାଇପାରୁଛନ୍ତି। ସବୁଠୁ ବିସ୍ମୟକର କଥା ହେଉଛି, ଏହି ମନ୍ଦିରକୁ ପୁରୁଷମାନଙ୍କୁ ଯିବା ମନା।